ମୁଖ୍ୟମନ୍ତ୍ରୀ ପଦରୁ ୟେଦ୍ୟୁରପ୍ପାଙ୍କ ଇସ୍ତଫା

0

କର୍ଣ୍ଣାଟକର ରାଜନୀତି ପୁଣି ଥରେ ଚଳଚଞ୍ଚଳ ହୋଇପଡିଛି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି ବି.ଏସ ୟେଦ୍ୟୁରପ୍ପା । ଇସ୍ତଫା ନେଇ ୟେଦ୍ୟୁରପ୍ପା ଘୋଷଣା କରିଛନ୍ତି । ମଧ୍ୟାହ୍ନ ଭୋଜନ ପରେ ରାଜ୍ୟପାଳଙ୍କୁ ଭେଟି ସେ ଇସ୍ତଫାପତ୍ର ଦେବେ । ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ଇସ୍ତଫା ନେଇ ୟେଦ୍ୟୁରପ୍ପା ଘୋଷଣା କରିଛନ୍ତି ।

ଆଜି ହିଁ ରାଜ୍ୟରେ ବିଜେପି ସରକାରଙ୍କ ୨ ବର୍ଷ ପୂରଣ ହୋଇଛି । ଏଭଳି ପରିସ୍ଥିତିରେ ରାଜ୍ୟର ମୋର୍ଚ୍ଚା କାହାକୁ ସମ୍ଭାଳିବାକୁ ଦେବ ବିଜେପି, ଏନେଇ ସମସ୍ତଙ୍କ ନଜର ରହିଛି । ଏବେ ଉତ୍ତରାଧିକାରୀ ଦୌଡରେ ରାଜ୍ୟ ସରକାରରେ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଖଣି ମନ୍ତ୍ରୀ ତଥା ଶିଳ୍ପପତି ଏମ.ଆର ନିରାନୀଙ୍କ ନା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ୟେଦ୍ୟୁରପ୍ପା ଅଚାନକ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଥିଲେ । ଏହାପରେ ୟେଦ୍ୟୁରପ୍ପାଙ୍କ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହି ଚର୍ଚ୍ଚାକୁ ୟେଦ୍ୟୁରପ୍ପା ହସରେ ଉଡ଼ାଇ ଦେଇଥିଲେ ହେଁ ଏହା ଭିତରେ କିଛି ଗୁମର କଥା ରହିଥିଲା । ନିଜ ପୁତ୍ରଙ୍କୁ କେନ୍ଦ୍ରରେ ଥଇଥାନ ପାଇଁ ସେ ସର୍ତ୍ତ ରଖିଥିଲେ । ତେବେ ବୋଧହୁଏ ୟେଦ୍ୟୁରପ୍ପାଙ୍କ ଉକ୍ତ ସର୍ତ୍ତ ପୂରଣ ହୋଇଯାଇଛି । ତେଣୁ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଓହରିବାକୁ ରାଜି ହେବା ପରେ ନୂତନ ଦଳପତିଙ୍କୁ ଚୟନ କରାଯିବ ବୋଲି ଚର୍ଚ୍ଚା ହୋଇଥିଲା ।

Leave A Reply

Your email address will not be published.