ଏଣିକି ୧୭ ବର୍ଷରେ କରିପାରିବେ ଭୋଟର ପରିଚୟ ପତ୍ର ଆବେଦନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆପଣଙ୍କର ୧୮ ବର୍ଷ ହୋଇଯାଇଛି କି? ଆପଣ ଭୋଟର କାର୍ଡ଼ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି କି ? ତା ପୂର୍ବରୁ ଜାଣିନିଅନ୍ତୁ ଏହି ନିୟମ । ଦେଶର ଯୁବ ଭୋଟରଙ୍କ ପାଇଁ ବଡ଼ ଖବର । ଏବେ ଭୋଟର କାର୍ଡ ତିଆରି କରିବା ପାଇଁ ୧୮ ବର୍ଷ ହେବା ଜରୁରୀ ନୁହେଁ, ବରଂ ୧୭ ବର୍ଷରେ ବି ଭୋଟର ଆଇଡି କାର୍ଡ ଆବେଦନ କରିପାରିବେ । ନିର୍ବାଚନ ଆୟୋଗ ଏହି ବଡ଼ ଘୋଷଣା କରିଛନ୍ତି ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୂଯାୟୀ, ଯେଉଁମାନଙ୍କ ବୟସ ୨୦୨୩ ରେ ୧୮ ବର୍ଷ ପୂରା ହେବାକୁ ଯାଉଛି, ସେ ମଧ୍ୟ ଭୋଟର ଆଇଡି କାର୍ଡ ଆବେଦନ କରିପାରିବେ । ଏବେ ଏହା ଜରୁରୀ ନୁହେଁ ଯେ ୧୮ ବର୍ଷ ପୂରା ହେବା ପରେ ହିଁ ଆବେଦନ କରିପାରିବେ । ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଏବଂ ନିର୍ବାଚନ ଆୟୋଗ ଅନୂପ ଚନ୍ଦ୍ର ପାଣ୍ଡେ ସବୁ ରାଜ୍ୟର ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀଙ୍କୁ ନୂଆ ନିୟମ ଏବଂ ନିର୍ଦ୍ଦେଶ ଜାରି କରିଛନ୍ତି ।

Leave A Reply

Your email address will not be published.