ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ଥିବା ଏକ ବାରରେ ଜଣେ ଯୁବତୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଆଜି ପାହାଳ ଥାନା ପୋଲିସ ପାଞ୍ଚ ଦିନ ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ ଅଭିଯୁକ୍ତ ଜଣକ ଯୁବତୀ ଜଣଙ୍କୁ ଏକ ବାର ରେ ମଦ ପିଆଇ ଦେଇ ଅଚେତ ଅବସ୍ଥାରେ ଦୁଷ୍କର୍ମ କରିଥିଲେ।
ପରେ କୌଶଳ କ୍ରମେ ଯୁବତୀ ଜଣଙ୍କ ହୋସ ଆସିଲା ପରେ ଯୁବକଙ୍କ କବଳରୁ ଖସି ଆସି ପାହାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଯୁବକ ଜଣକ ଜଣେ ବ୍ୟବସାୟୀ ହୋଇଥିବା ଜଣାପଡ଼ିଥିବା ବେଳେ ତାଙ୍କ ନାମ କିଶନ ଅଗ୍ରୱାଲ ବୋଲି ସୂଚନା ମିଳିଛି।ଗିରଫ ପରେ ଯୁବକଙ୍କ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।