ମାଷ୍ଟର କ୍ୟାଣ୍ଟିନରୁ ଯୁବତୀ ଅପହୃତା, ପୋଲିସର ତଦନ୍ତ ଜାରି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମଙ୍ଗଳ ବାର ଦିନ ରାତି ୯ଟା ସମୟରେ ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟର କ୍ୟାଣ୍ଟିଂନ ରେଳ ଷ୍ଟେସନ ସମ୍ମୁଖରୁ ନିଜ ମା’ ଓ ଦାଦାଙ୍କ ସହିତ ଥିବା ୧୬/୧୭ ବର୍ଷିଆ ଜୈନକା ଛାତ୍ରୀ ଙ୍କୁ ଅତି ରହସ୍ୟ ଜନକ ଭାବେ ଅପହରଣ କରାଯାଇଥିବା ସୂଚନା ମିଳିଛି। ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ, ଅପହୃତା ଛାତ୍ରୀ ଜଣକ ଭୁବନେଶ୍ୱର “କିସ”ରେ ପଢ଼ନ୍ତି।ବର୍ତ୍ତମାନ ଶିକ୍ଷାନୁଷ୍ଠାନ ଛୁଟି ହୋଇଯିବାରୁ ଛାତ୍ରୀ ଜଣଙ୍କୁ ଘରକୁ ନେବା ପାଇଁ ସମ୍ବଲପୁର ରୁ ଛାତ୍ରୀଙ୍କ ମା” ଓ ଦାଦା ଭୁବନେଶ୍ବର ଆସିଥିଲେ।ସେମାନେ ଝିଅ କୁ ଆଣି ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ୱର ଷ୍ଟେସନ ରେ ପହଞ୍ଚି ଥିଲେ। ମାତ୍ର ଟ୍ରେନର ସମୟ ହୋଇ ନଥିବାରୁ ମା” ,ଝିଅ ଓ ଦାଦା ଷ୍ଟେସନ ସମ୍ମୁଖରେ ଥିବା ଏକ ଜଳଖିଆ ଦୋକାନ ରେ ଖାଉଥିବା ସମୟରେ ସେମାନଙ୍କ ଅଲକ୍ଷ୍ୟରେ ଝିଅ ଗାୟବ ହୋଇଯାଇଥିଲା।

ପର ମୁହୂର୍ତ୍ତରେ ପାଖରେ ଝିଅ କୁ ନପାଇ ସ୍ଥାନୀୟ “ଆରକ୍ଷୀ ସହାୟତା କେନ୍ଦ୍ର”ର ଅଧିକାରୀ ନିରଞ୍ଜନ ନାୟକଙ୍କ ସହଯୋଗରେ ଆଖପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲେ।ମାତ୍ର ଝିଅ ନ ମିଳିବାରୁ ପୋଲିସ କଣ୍ଟ୍ରୋଲ ରୁମ “୧୧୨”କୁ ନିଖୋଜ ସମ୍ପର୍କରେ ସୂଚନା ଦେଇଥିଲେ।ପରେ ପିସିଆର ଭ୍ୟାନ ସହଯୋଗରେ କ୍ୟାପିଟାଲ ଥାନା କୁ ଯାଇ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.