ଟ୍ୱିନ ସିଟି ଜନସାଧାରଣଙ୍କ ପାଇଁ ଖୁସିର ଖବର

0

୨୯.୦୨.୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ପୂର୍ବତଟ ରେଳ ବିଭାଗ କଟକ ଓ ଭୁବନେଶ୍ୱର ମଧ୍ୟରେ ଆସନ୍ତା କାଲି ଠାରୁ ଏକ ନୂଆ ଟ୍ରେନ ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି । ରେଳ ଅଧିକାରୀ କହିଛନ୍ତି ଯେ ଲୋକଙ୍କ ତରଫରୁ ଅନେକ ଦିନରୁ ହୋଇଆସୁଥିବା ଦାବି ଓ ଟ୍ୱିନ ସିଟି ବାସିନ୍ଦାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହିଁ ବିଭାଗ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ମାର୍ଚ୍ଚ ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ମାସକ ପାଇଁ ପରୀକ୍ଷାମୂଳକ ଭାବେ ହିଁ ଏହାକୁ ଚଳାଯିବ । ଏହି ଟ୍ରେନର ନାଁ ରଖାଯାଇଛି ‘ଜନସାଧାରଣ ଏକ୍ସପ୍ରେସ’ ।

ଭୁବନେଶ୍ୱରରୁ ଭାୟା ବାରଙ୍ଗ ଓ ବାଲିକୁଦା ଦେଇ ଟ୍ରେନ୍‌ଟି କଟକ ଅଭିମୁଖେ ଯିବ। କଟକରୁ ନିର୍ଗୁଣ୍ଡି, ଗୁରୁଡ଼ିଝାଟିଆ, ରାଧାକିଶୋରପୁର ଓ ନରାଜ ଦେଇ ଫେରିବ। ଟ୍ରେନ୍‌ଟି ଭୁବନେଶ୍ୱରରୁ ଅପରାହ୍ନ ୧ଟା ୩୦ରେ ଛାଡ଼ି ୨ଟା ୩୦ରେ କଟକରେ ପହଞ୍ଚିବ। କଟକରୁ ୨ଟା ୪୦ରେ ଛାଡ଼ି ସଂଧ୍ୟା ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ। ଏନେଇ ସୂଚନା ଦେଇଛନ୍ତି ପୂର୍ବତଟ ରେଳ ବିଭାଗ। ଟ୍ୱିନ ସିଟି ଜନସାଧାରଣଙ୍କ ପରିବହନ ସମସ୍ୟାକୁ ଏହI ବ୍ୟବସ୍ଥା କିଛି କାଂଶରେ ହ୍ରାସ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.