ଏହି ବ୍ୟାଙ୍କର ଚେକ୍ ବୁକ୍ ଆସନ୍ତା ମାସରୁ ହୋଇଯିବ ବେକାର !

0

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ PNB ପକ୍ଷରୁ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (OBC) ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (UBI) ର ଆକାଉଣ୍ଟଧାରୀମାନଙ୍କୁ ଆଲର୍ଟ କରାଯାଇଛି । ପିଏନବି କହିଛି ଯେ ଯଦି ଏହି ଦୁଇଟି ବ୍ୟାଙ୍କର ଆକାଉଣ୍ଟଧାରୀଙ୍କ ପାଖରେ ପୁରୁଣା ଚେକବୁକ୍ ଥାଏ, ତେବେ ଆସନ୍ତା ମାସରୁ ସେଗୁଡିକ ବେକାର ହୋଇଯିବ । ତେଣୁ ତୁରନ୍ତ ନୂଆ ଚେକ୍ ବୁକ୍ ପାଇଁ ଆବେଦନ କରନ୍ତୁ ।

ଟ୍ୱିଟର ଜରିଆରେ ପିଏନବି ଏହାର ସୂଚନା ଦେଇଛି । ଏଥିରେ ବ୍ୟାଙ୍କ ଲେଖିଛି ଯେ, eOBC ଓ eUNIର ପୁରୁଣା ଚେକ୍ ବୁକ୍ ୧ ଅକ୍ଟୋବର ୨୦୨୧ରୁ ବନ୍ଦ ହୋଇଯିବ । ଦୟା କରି eOBC ଓ eUNIର ପୁରୁଣା ଚେକ୍ ବୁକକୁ ପିଏନବିର ଅପଡେଟ୍ IFSC ଓ MICR ଚେକ ବୁକ୍ ସହ ବଦଳାଇଦିଅନ୍ତୁ ।

ତେବେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (OBC) ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (UBI) ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ୧ ଏପ୍ରିଲ ୨୦୨୦ରେ ମିଶ୍ରିତ ହୋଇଛି । ଯଦି ଆପଣଙ୍କ ବ୍ୟାଙ୍କ ଆକାଊଣ୍ଟ ଏହି ୨ ବ୍ୟାଙ୍କରେ ରହିଛି, ତେବେ ନୂଆ ଚେକ୍ ବୁକ୍ ପାଇବା ପାଇଁ ଏପରି ଆବେଦନ କରନ୍ତୁ…

ଆପଣ ନୂଆ ଚେକ୍ ବୁକ୍ ପାଇଁ ପିଏନବିର ବ୍ରାଞ୍ଚ ଯାଇ ନେଇପାରିବେ । ଯଦି ଆପଣ ବ୍ରାଞ୍ଚ ଯିବାକୁ ଚାହୁଁନାହାନ୍ତି, ତେବେ ଅନ୍ୟ ଉପାୟରେ ବି ଚେକ୍ ବୁକ୍ ପାଇପାରିବେ । ଯେପରିକି

୧. ଆପଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ ଯାଇ ଆପଣ ଏକ ଚେକ୍ ବୁକ୍ ଅନୁରୋଧ ରଖିପାରିବେ ।

୨. ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରି ଚେକ୍ ବୁକ୍ ପାଇଁ ଆବେଦନ କରିପାରିବେ ।

୩. ଆପଣ ପିଏନବି ୱାନ୍ ଆପ୍ ମାଧ୍ୟମରେ ଚେକବୁକ୍ ପାଇଁ ମଧ୍ୟ ଅନୁରୋଧ କରିପାରିବେ ।

୪. ଆପଣ କଲ୍ ସେଣ୍ଟରକୁ କଲ କରି ଚେକ୍ ବୁକ୍ ପାଇଁ ମଧ୍ୟ ପଚାରିପାରିବେ । କୌଣସି ସହାୟତା ବା ଉତ୍ତର ପାଇଁ ଆପଣ ଟୋଲ ଫ୍ରି ନମ୍ବର ୧୮୦୦-୧୮୦-୨୨୨୨ରେ ସମ୍ପର୍କ କରିପାରିବେ ।

Leave A Reply

Your email address will not be published.