ମାନିଲେ ନାହିଁ ରାଜ୍ୟ ସରକାର ଙ୍କ ଦ୍ଵାରା ଲାଗୁ କରାଯାଇଥିବା କରୋନା କଟକଣା l ଯାଜପୁର ଭଳି ରେଡ୍ ଜୋନ୍ ରେ ପାଳିତ ହୋଇଯାଇଛି ଶନି ଦେବ ଙ୍କ ଜଳାଭିଷେକ ଏବଂ ପୂଜାର୍ଚ୍ଚନା l ରାଜ୍ୟର କରୋନା ଜନିତ ସର୍ବାଧିକ ଦ୍ୱିତୀୟ ଜିଲ୍ଲା ରୂପରେ ଯାଜପୁର କୁ ଘୋଷଣl କରାଯାଇଛି l କାରଣ ଭୁବନେଶ୍ବର ପରେ ରାଜ୍ୟର କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ୱିତୀୟରେ ଅଛି l ଗତକାଲି କେନ୍ଦ୍ର ସରକାର ଙ୍କ ତରଫରୁ ପ୍ରକାଶ ପାଇଥିବା ତାଲିକା ରେ ଯାଜପୁର ଜିଲ୍ଲା ଦେଶର ରେଡ୍ ଜୋନ୍ ତାଲିକା ରେ ଆସିଛି ଏଥିପାଇଁ ରାଜ୍ୟ ସରକାର ଏବଂ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ଜନିତ କଟକଣା କୁ କଡା କଡି କରାଯାଇଛି l ଏପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 45 ରେ ପହଁଚି ଥିବା ବେଳେ ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି l କିନ୍ତୁ ଯାଜପୁର ଜିଲ୍ଲାରେ କରୋନା ସ୍ଥିତି ଏପରି ଥାଇ ମଧ୍ୟ ଜିଲ୍ଲା ର କେତେକ ଲୋକ ସଚେତନତା ନଥିବାର ଚିତ୍ର ସାମ୍ନାକୁ ଆସୁଛି l ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ବ୍ଲକ୍ ର କଣ୍ଟିଗଡିଆ ଗ୍ରାମ ରେ ଲୋକମାନେ ଏକାଠି ହୋଇ ଶନି ମନ୍ଦିରରେ ଜଳାଭିଷେକ କରିବା ସହ ପୂଜାର୍ଚ୍ଚନା କରିଛନ୍ତି l