ଯାଜପୁରରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ

0

ରାଜ୍ୟରେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ରାଜ୍ୟରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ଯ ସରକାର ଙ୍କ ଚିନ୍ତା ର କାରଣ ପଲଟିଛି l ଆଜି ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି l ଉକ୍ତ ଦୁଇ ଜଣ ଯାଜପୁର ଜିଲ୍ଲା ର ହୋଇଥିବା ବେଳେ l ଦୁଇ ଜଣ ଙ୍କ ଯାଜପୁର ଜିଲ୍ଲାର ବରି ବ୍ଲକ୍ ର ଜଣାପଡିଛି l ଉକ୍ତ ଦୁଇ ଜଣ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ 48 ଏବଂ 55 l ସେମାନେ କଲିକତା ଫେରନ୍ତା ଅଟନ୍ତି l ଦୁଇ କରୋନା ଆକ୍ରାନ୍ତ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 156 କୁ ବୃଦ୍ଧି ପାଇଛି l 55 କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ 100 ଜଣ ସକ୍ରୀୟ ଆକ୍ରାନ୍ତ ଅଛନ୍ତି l

Leave A Reply

Your email address will not be published.