ଦିଲ୍ଲୀରେ 122 ସିଆରପିଏଫ୍ ଯବାନ କରୋନା ସଂକ୍ରମିତ

0

ରାଜଧାନୀ ଦିଲ୍ଲୀରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ବା ସିଆରପିଏଫ ର 31 ବାଟାଲିୟନ ରେ ଯବାନ ମହାମାରୀ କରୋନା ଭାଇରସ୍ ଦ୍ଵାରା ସଂକ୍ରମିତ ହେବା ଖବର ସାମ୍ନା କୁ ଆସିଛି l ଆଜି 68 ଜଣ ଯବାନ କରୋନା ସଂକ୍ରମିତ ହୋଇଛନ୍ତି l ଏମାନଙ୍କୁ ମିଶାଇ ସିଆରପିଏଫ 31 ବାଟାଲିୟନ ରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 122 କୁ ବୃଦ୍ଧି ପାଇଛି l ସିଆରପିଏଫ ର ଜଣେ ନର୍ସିଂ ଆସିଷ୍ଟାଣ୍ଟ ଙ୍କ ଠାରୁ କରୋନା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି l ଏଥିପାଇଁ ଅନେକ ଯବାନ ଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ନିଆଯାଇଛି l ଗତ ଏପ୍ରିଲ 26 ତାରିଖରେ ଜଣେ ଯବାନ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ l ତାଙ୍କୁ ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା l ରାଜଧାନୀ ଦିଲ୍ଲୀରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 3738 ରହିଛି l ସେହିପରି 61 ଜଣ ମୃତ୍ୟୁବରଣ କରିଛନ୍ତି ଏବଂ 1167 ଜଣ ସୁସ୍ଥ ହୋଇଛନ୍ତି l ଫଳରେ ସମଗ୍ର ଦିଲ୍ଲୀକୁ କେନ୍ଦ୍ର ସରକାର ଙ୍କ ତରଫରୁ ରେଡ୍ ଜୋନ୍ ଘୋଷଣା କରାଯାଇଛି l ଦିଲ୍ଲୀ ସ୍ଥିତ ସିଆରପିଏଫ୍ 31 ବାଟାଲିୟନ କୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି l

Leave A Reply

Your email address will not be published.