ଦେଶରେ 42 ହଜାର ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0

ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 42 ହଜାର ଅତିକ୍ରମ କରିଛି l ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ବିଭାଗ ର ସୂଚନା ମୁତାବକ ଆଜି ସକାଳ ସୁଦ୍ଧା ଦେଶରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 42533 ଥିବା ବେଳେ ସୁସ୍ଥ ହୋଇଥିବା ବ୍ୟକ୍ତି ଙ୍କ ସଂଖ୍ୟା 11706 ରେ ପହଁଞ୍ଚିଛି l ସେହିପରି ମୃତକଙ୍କ ସଂଖ୍ୟା 1373 ରେ ପହଁଞ୍ଚିଛି l ଦେଶର ମହାରାଷ୍ଟ୍ର ରାଜ୍ଯରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ମହାରାଷ୍ଟ୍ର ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 12997 ରହିଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା 548 ଏବଂ ସୁସ୍ଥ ଙ୍କ ସଂଖ୍ୟା 2115 ଜଣ ରହିଛି l ଗୁଜୁରାଟ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 5428 ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 290 ରହିଛି l ସେହିପରି ସୁସ୍ଥ ଙ୍କ ସଂଖ୍ୟା 1042 ରହିଛି l ରାଜଧାନୀ ଦିଲ୍ଲୀରେ 4549 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 64 ରହିଛି ଏବଂ ସୁସ୍ଥ ଙ୍କ ସଂଖ୍ୟା 1362 ରହିଛି l ତାମିଲନାଡ଼ୁରେ 3023 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 30 ରହିଛି l ଏବଂ ସୁସ୍ଥ ଙ୍କ ସଂଖ୍ୟା 1379 ରହିଛି l ମଧ୍ୟପ୍ରଦେଶ ରେ 2846 ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 156 ରେ ପହଁଞ୍ଚିଛି ଏବଂ ସୁସ୍ଥ ଙ୍କ ସଂଖ୍ୟା 798 ରହିଛି l ସେହିପରି ଉତ୍ତରପ୍ରଦେଶ ରେ 2645 ଥିବା ବେଳେ ମୃତକଙ୍କ ସଂଖ୍ଯା 43 ଏବଂ ସୁସ୍ଥ ଙ୍କ ସଂଖ୍ୟା 754 ରହିଛି l

Leave A Reply

Your email address will not be published.