ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶୁଭଦ୍ରାଙ୍କ ରଥ ଟାଣିଲେ ମହିଳା ଭକ୍ତ ଓ ବିଧାନସଭା ବାଚସ୍ପତି | ରଣପୁର ରେ ରାଜା ରାଜୁଡା ସମୟରୁ ରଥଯାତ୍ରା ହୋଇଆସୁଅଛି | ଅପରାହ୍ନ ରଣପୁରରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |
ହଜାର ହଜାର ଭକ୍ତଙ୍କ ସାମଗମ ହୋଇଥିଲା ରଣପୁର ରଥଯାତ୍ରା ଦେଖିବା ପାଇଁ, ରଣପୁର ବଡ଼ଦାଣ୍ଡ ଲୋକାରଣ୍ୟ ହୋଇଥିଲା |ପ୍ରଥମେ ଭକ୍ତ ଶ୍ରଦ୍ଧାଳୁ ମାନେ ତାଳଧ୍ଵଜ ରଥଟାଣି ଥିଲେ | ପରେ ଦେଵୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ କୁ ମହିଳା ଭକ୍ତ ଙ୍କ ସାଙ୍ଗରେ ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମଧ୍ୟ ରଥଟାଣି ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଥିଲେ |
ନନ୍ଦୀଘୋଷ ରଥ କାଲି ଟଣାଯିବ ବୋଲି ସୂଚନା ମିଳିଛି | ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ଭିତରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |