ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ । ଐତିହାସିକ ଗାଜା ଶାନ୍ତି ଚୁକ୍ତି ସ୍ବାକ୍ଷର ଅବସରରେ ଭୂରି ଭୂରି ପ୍ରଶଂସା କଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସାମ୍ନାରେ ମୋଦିଙ୍କ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ । ଭାରତ ଏକ ମହାନ ଦେଶ ଯେଉଁଠି ମୋର ଜଣେ ବହୁତ ଭଲ ବନ୍ଧୁ ଶୀର୍ଷରେ’ । ମୋଦି ଏକ ଚମତ୍କାର କାମ କରିଛନ୍ତି ବୋଲି କହିଲେ ଟ୍ରମ୍ପ୍ ।
ମୁଁ ଭାବୁଛି ଯେ ଭାରତ ଓ ପାକିସ୍ତାନ ବହୁତ ଭଲ ଭାବରେ ଏକାଠି ରହିବେ’ । ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହହବାଜ ଶରିଫ ସିଧାସଳଖ ରାଷ୍ଟ୍ରପତି ଟ୍ରମ୍ପଙ୍କ ପଛରେ ଠିଆ ହୋଇଥିଲେ। କିନ୍ତୁ ଶରିଫଙ୍କ ଆଚରଣ ଏପରି ଥିଲା ଯେପରି ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ନୁହଁନ୍ତି, ବରଂ ଜଣେ ଆମେରିକୀୟ କ୍ୟାବିନେଟ ମନ୍ତ୍ରୀ କିମ୍ବା କଂଗ୍ରେସମ୍ୟାନ ଯାହାଙ୍କର ଏକମାତ୍ର କାମ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଖୁସି କରିବା।