୧୯୦ ଲି ମଦ ଜବତ; ୪ ଗିରଫ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୧୯୦ ଲି ମଦ ଜବତ। ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୧୯୦ ଲିଟର ଦେଶୀମଦ ଜବତ କରିଥିବା ବେଳେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସନ୍ତୋଷ ସ୍ୱାଇଁ ଏବଂ ନୀଳଗିରି ରେଞ୍ଜ ଅବକାରୀ ଅଧିକାରୀ କେଶବ ଦାସଙ୍କ ନେତୃତ୍ୱରେ ଏକ ଟିମ ସରସଙ୍ଖ ପଞ୍ଚାୟତ ବଳଦିଆ ଗ୍ରାମରେ ଚଢ଼ାଉ କରି ଦିଲ୍ଲୀପ ଜେନା ନିକଟରୁ ୩୫ ଲିଟର ଦେଶୀମଦ, ହାତୀ ଗଢିଆ ଗ୍ରାମର ସୁରେନ୍ଦ୍ର ନାୟକ ନିକଟରୁ ୫୪ ଲିଟର, କୁଡେ଼ଇ ଗ୍ରାମର ଅଭିମନ୍ୟୁ ଦଳେଇ ନିକଟରୁ ୩୯ ଲିଟର ଏବଂ ପାଖର ଗ୍ରାମର ସବିତା ବିଶ୍ୱାଳ ନିକଟରୁ ୪୭ ଲିଟର ଦେଶୀମଦ ଜବତ କରିଥିବା ବେଳେ ଏହି ୪ଜଣଙ୍କୁ ଗିରଫ କରିଥିଲେ।

ସୋର ମେଡିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ, ଗଣେଷ ସିଂ, ରଜନୀକାନ୍ତ ସାହୁ ଏବଂ କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିଲେ।

Leave A Reply

Your email address will not be published.