ଶିମିଳିପାଳରେ କୋଟିକୋଟି ଟଙ୍କାର ଅଫିମ ଚାଷ ଯେତେ ନଷ୍ଟ କଲେ ଭି ସରୁନାହିଁ ଅଫିମ ଚାଷ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ମୟୂରଭଞ୍ଜ ପୋଲିସ୍ କୁ ମିଳିଛି ବଡ ସଫଳତା। ଏସ୍ ପି ନିର୍ଦ୍ଦେଶରେ ହୋଇଛି ବଡ ଧରଣର ଚଢ଼ାଉ । ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା ଅଫିମ ଚାଷକୁ ନଷ୍ଟ କରିଛି ପୋଲିସ୍। ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ ହୋଇଛି ।

ଆଜି ଶିମିଳିପାଳ ଵନାଞ୍ଚଳର ଜୋଜଗୋଡା ଗ୍ରାମ ଇଲାକାର ୪ ଏକର ଜମି ରେ ଚାଷ ହୋଇଥିଵା ୧ ଲକ୍ଷ ୮ ହଜାର ଅଫିମ ଗଛ କୁ ନଷ୍ଟ କରାଯାଇଥିବା ବେଳେ ଫୁଲବାଡି ଗ୍ରାମ ଅଞ୍ଚଳ ରେ ୧ ଏକର ୭୪ ଡିସିମିଲ ଜାଗାରେ ଚାଷ ହୋଇ ଥିବା ୪୬ ହଜାର ୯୮୦ ଅଫିମ ଗଛ କୁ ପୋଡ଼ି ନଷ୍ଟ କରାଯାଇଛି । ଯାହାର କି ମୂଲ୍ୟ ୩ କୋଟି ୧୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି।

ଗତ ମାର୍ଚ୍ଚ ୧୦ ତାରିଖ ଦିନ ବକୁଆ ଏଵଂ କୁକୁରଭୁକା ଗାଆଁରେ ଚାଷ ହୋଇଥିବା ୫ ଲକ୍ଷ ୨୫ ହଜାର ଅଫିମ ଗଛ କୁ ନଷ୍ଟ କରାଯାଇଥିଲା ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୧୦ କୋଟି ୬୬ ଲକ୍ଷ ରହିଥିଲା । ଏହିପରି ଗତ ଫେବୃଆରୀ ୨୪ ତାରିଖ ମଧ୍ୟ ଶିମିଳିପାଳ ବନାଞ୍ଚଳ ଧଳାଵଣି ଓ ବୃନ୍ଦେଇପଶି ଗ୍ରାମ ଇଲାକାରେ ଚଢ଼ାଉ କରି ୧୩ ହଜାର ଅଫିମ ଗଛ କୁ ନଷ୍ଟ କରାଯାଇଥିଲା । ଯାହାର କି ମୂଲ୍ୟ ୨୬ ଲକ୍ଷ ରହିଥିଲା | ତେବେ ଶିମିଳିପାଳର କର ଏରିଆ ରେ କୋଟିକୋଟି ଟଙ୍କାର ଅଫିମ ଚାଷ ହୋଉଥିଲେ ସୁଦ୍ଧା ବୋନବିଭାଗ କେମିତି ଏହାର ଟେର ପାଉନଥିଲା ନା ଅଫିମ ମାଫିଆ ଓ ବୋନବିଭାଗ ମଧ୍ୟରେ ଥିଲା ମଧୁଚନ୍ଦ୍ରିକା ତାହାକୁ ନେଇ ଏବେ ବିଭିନ୍ନ ମହଲରୁ ଉଠିଛି ପ୍ରଶ୍ନ |

Leave A Reply

Your email address will not be published.