ବିଜେଡି ଶୋଭାଯାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଗକୁ ସାଧାରଣ ନିର୍ବାଚନ ରାଜ୍ୟ ରାଜନୀତିରେ ସମସ୍ତଙ୍କ ନଜର ପାଟକୁରା ଉପରେ ନିର୍ବାଚନ ଋତୁ ପାଖେଇ ଆସୁଥିବା ବେଳେ ପାଟକୁରା ବିଜେଡି ନିଜ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଦେଇଛି | ପାଟକୁରା ବିଜେଡି ବିଧାୟିକl ସାବିତ୍ରୀ ଅଗ୍ରୱାଲଙ୍କ ସମର୍ଥକ ମାନେ ଗରଦପୁର ବ୍ଲକ ରେ ବିଶାଳ ରାଲୀ ବାଇକ କରି ଥିବା ବେଳେ ଯୁବ ନେତା ଅରବିନ୍ଦ ମହାପାତ୍ର ଙ୍କ ନେତୃତ୍ୱରେ ଡେରାବିଶ ବ୍ଲକ ରେ ବିଶାଳ ଜନ ସାମଗମ ହୋଇଥିଲା |

ଗରଦପୁର ବ୍ଲକରେ ଯୁବ ଛାତ୍ର ବିଜେଡି ନେତୃତ୍ୱରେ ଗରଦପୁର ବ୍ଲକ ଛକ ରୁ କରୁଆ ଯାଏଁ ବାଇକ ରାଲି ବିଜେଡି କର୍ମୀ ବିଶାଳ ରାଲୀ କରି ଆସିଥିଲେ ସେହି ଭଳି ଡେରାବିଶ ବ୍ଲକ ରେ ବିଜେଡି ନେତା ଅରବିନ୍ଦ ମହାପାତ୍ର ଙ୍କ ନେତୃତ୍ୱରେ ରେ ଛତା ଠାରୁ ଡେରାବିଶ ବ୍ଲକ ଅନ୍ତର୍ଗତ ଗୋଲରହାଟ ଦଧିବାମନ ମନ୍ଦିରଯାଏଁ ଅରବିନ୍ଦ ମହାପାତ୍ର ପୁଜାଅଚ୍ଚନା କରିଛନ୍ତି ଯାହାକୁ ନେଇ ପାଟକୁରା ରାଜନୀତି ସରଗରମ ହୋଇଛି।

ଛତା ଛକ ଠାରୁ ହଜାର ହଜାର ସମର୍ଥକ ଏକ ବିରାଟ ପଟୁଆରରେ ବିଶାଳ ଜନ ସାମଗମ ହୋଇଥିଲା | ଅରବିନ୍ଦ ପଦଯାତ୍ରା କରି ଡେରାବିଶ ଦଧି ବାମନ ଜୀଉ ଙ୍କୁ ଦର୍ଶନ କରିଥିଲେ|  ତେବେ ବିଜୁ ଜନତା ଦଳ ବିଗତ ଦିନରେ ଅନେକ ବିକାଶ କରିଥିବାରୁ ବିଜେଡି ଶହ ହଜାର ହଜାର କର୍ମୀ ଯୋଗ ଦେଇ ବିକାଶ ର ବାର୍ତା ବାଣ୍ଟିଛନ୍ତି. ପାଟକୁରା ଏକାବନ ପଂଚାୟତର ପାଞ୍ଚ ହଜାର ଯୁବକ ମହିଳା ଯୋଗ ଦେଇ ବିଜେଡି ନେତା ଙ୍କୁ ସମର୍ଥନ ଯୋଗଦେଇଥିଲେ।

Leave A Reply

Your email address will not be published.