ଗୋଷ୍ଠୀ ଗୃହ ନିର୍ମାଣ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବିଡ଼ିଓଙ୍କୁ ଦେଲେ ଦାବୀ ପତ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗୋଷ୍ଠୀ ଗୃହ ନିର୍ମାଣ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବିଡ଼ିଓଙ୍କୁ ଦେଲେ ଦାବୀ ପତ୍ର | କରଞ୍ଜିଆ ବ୍ଲକ ଅଧିନସ୍ଥ ଚିତ୍ରପୋଷି ପଞ୍ଚାୟତ ମୁର୍ଗାପାଟ ଗ୍ରାମର ଦେହୁରୀ ସାହି ବାସିନ୍ଦା ମାନେ ଗ୍ରାମର ବିଭିନ୍ନ ସମସ୍ୟା ନେଇ BDO ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ |

ତେବେ ସେମାନଙ୍କ ଦାବୀ ଯାହାରହିଛି ମୁର୍ଗାପାଟ ଗ୍ରାମକୁ ଏକ ଗୋଷ୍ଠୀ ଗୃହ ଆସିଛି ତାହା ଠାକୁରାଣୀ ଙ୍କ ପୁରୁଣା ସ୍ଥାନରେ ନିର୍ମାଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବୀ କରିଥିବା ବେଳେ ଦେହୁରୀ ସାହି ନିମନ୍ତେ ମଧ୍ୟ ଏକ ଗୋଷ୍ଠୀ ଗୃହ ନିର୍ମାଣ ପାଇ ଆସିଥିଲା |

କିନ୍ତୁ ତାହା ଦେହୁରୀ ସାହିରେ ନୋହୋଇ ଦେହୁରୀ ସାହି ଠାରୁ ୮୫୦ ମିଟର ଦୂରରେ ଥିବା ସ୍ମଶାନ ରେ ତିଆରି ଶୋରି ଯାଇଛି | ତେବେ ଏହି ଗୋଷ୍ଠୀ ଗୃହଟି ଦେହୁରୀ ସାହିରୁ ଦୂରରେ ଥିବାରୁ ସାହି ବାସିନ୍ଦାଙ୍କ କୌଣସି କାର୍ଯ୍ୟ ରେ ବ୍ୟବହାର ହୋଇ ପାରୁନାହିଁ | ଏହି ଗୋଷ୍ଠୀ ଗୃହ କୁ ଦେହୁରୀ ସାହିରେ ନିର୍ମାଣ କରିବାକୁ ମଧ୍ୟ ଦାବୀ କରିଛନ୍ତି | ତେବେ କଣ ରହିଛି ଗ୍ରାମବାସୀ ଙ୍କ ପ୍ରତିକ୍ରିୟା ଚାଲନ୍ତୁ ଶୁଣିବା |

Leave A Reply

Your email address will not be published.