ଠାକୁରପାଟଣା ଗ୍ରାମରେ ଆଇନ ସଚେତନତା ଶିବିର

0

ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଠକୁରପାଟଣାଟା ଗ୍ରାମ ରେ ତାଲୁକ ଆଇନ ସେବାପ୍ରାଧିକରଣ ଯାଜପୁର ରୋଡ ,ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଠାକୁର ବାଡ଼ି ଠାରେ ଅନୁଷ୍ଠିତ ହୋଇ ଥିଲା l , ସି ସାର୍କ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଠାକୁରପାଟଣାଙ୍କ ପକ୍ଷରୁ ଆୟୋଜନ କରା ଯାଇ ଥିଲା l ା ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଯାଜପୁର ଜିଲ୍ଲାରେ ବିଭିନ୍ନ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଚାଲୁଅଛି l ଏହି ଶିବିରରେ ଯାଜପୁରରୋଡ କୋର୍ଟ ତରଫରୁ ସଦାଶିବ ସେଠି ଉପସ୍ଥିତ ଥିବା ଠାକୁରପାଟଣା ଗ୍ରାମର ଗ୍ରାମବାସୀ ସମେତ ସି ସାର୍କ ମହିଳା ସ୍ବୟଂ ସହାୟକ ଗୋଷ୍ଠି ଏବଂ ଠାକୁରପାଟଣା ଯୁବପରିଷଦର କର୍ମକର୍ତ୍ତାଙ୍କୁ ସେମାନଙ୍କର ଅଧିକାରର କିପରି ପ୍ରାଧିକରଣ ମାଧ୍ୟମରେ ହୋଇପାରିବ ସେ ସମ୍ପର୍କରେ ଅବଗତ କରି ଥିଲେ ା ଆଇନ ସଂସ୍କ୍ରୁତିର ଚେତନା, ଆଇନ ଗଠନରେ ଅଂଶଗ୍ରହଣ ଏବଂ ଆଇନର ଶାସନକୁ ପ୍ରୋତ୍ସାହିତ କରିବାରେ ଆଇନଗତ ସଚେତନତା ସାହାଯ୍ୟକରେ ବୋଲି ଶ୍ରୀଯୁକ୍ତ ସେଠି ଆଲୋକପାତ କରିଥିଲେ ା ଆଇନଗତ ସଚେତନତା କାର୍ଯ୍ୟକ୍ରମର ଲକ୍ଷ ହେଉଛି ଆମ ଦେଶର ଜନସାଧାରଣଙ୍କୁ, ମହିଳାମାନଙ୍କୁ ସେମାନଙ୍କର ଆଇନଗତ ଅଧିକାର ଏବଂ କର୍ତ୍ତବ୍ୟର ଜ୍ଞାନ ସହିତ ଶକ୍ତି ସମାନ ଭାବରେ ବାଣ୍ଟିବାକୁ, ବିକାଶର ମାଧ୍ୟମକୁ ପୂର୍ଣ୍ଣ ପ୍ରବେଶ କରିବାକୁ ଏବଂ ମହିଳାଙ୍କୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦେବାପାଇଁ ଲକ୍ଷ ରଖାଯାଇଛି ା
ଉକ୍ତ କାର୍ଯ୍ୟକ୍ରମରେ ସି ସାର୍କ ସ୍ବୟଂ ସହାୟକ ଗୋଷ୍ଠିର ସଭାପତି ସୁଲୋଚନା ଜେନା, ସ୍ନେହଲତା ଦାସ, ସଂପାଦିକା ସୁଲଗ୍ନା ବେହେରା ସମେତ ସଭ୍ୟା ସୁଷମା ସାହୁ, କବିତା ସାହୁ, ବବିତା ସାହୁ, ବ୍ରୁନ୍ଦାବତୀ ତରାଇ, ସୁନାମଣି ସାହୁ, ସରସ୍ବତୀ ଦାସ, ଲିଲି ରାଉତ ଉପସ୍ଥିତ ଥିଲେ ା ଅଙ୍ଗନବାଡି କର୍ମି ଛବିରାଣୀ ବେହେରା, ରୁତିକା ବେହେରା, ଆଶାକର୍ମି ପାର୍ବତୀ ସାହୁ, ହେମଲତା ସାହୁ, ସୁମି ସାହୁ, ଗୋଦାବରି ସାହୁ, ପଦୁନ ସାହୁ, ୱାର୍ଡ ସଭ୍ୟ ଦଶରଥ ସାହୁ, ଠାକୁରପାଟଣା ଯୁବପରିଷଦ ତରଫରୁ ସମ୍ପାଦକ ଗୋପାଳ ଦାସ, ସନ୍ତୋଷ ସାହୁ, ସୂର୍ୟ୍ୟକାନ୍ତ ସାହୁ, ରବିନ୍ଦ୍ର ସାହୁ, ପ୍ରଦୀପ ବାରିକ, ଦେବାଶିଷ ସାହୁ, ସ୍ବେଚ୍ଛାସେବୀ ଆଲୋକ ସାହୁ, ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା ଯୁବପରିଷଦର ଉପସଭାପତି ରମାକାନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ା
ଯାଜପୁର ରୁ ଦେବେନ୍ଦ୍ର ବେହେରା

Leave A Reply

Your email address will not be published.