ଓଡ଼ିଆ ନ୍ୟୁଜ୍: ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମାଙ୍କ ସୂଚନା। ‘JSW ଓ ପସ୍କୋ ସହ ଏନେଇ ଚୁକ୍ତିନାମା ହୋଇଛି’। ଆମ ହାତରେ ଏବେ ୨ଟି ଷ୍ଟିଲ ପ୍ଲାଣ୍ଟ ଅଛି- ହେମନ୍ତ ଶର୍ମା। ୫ ମିଲିୟନ କେନ୍ଦୁଝରରେ, ୬ ମିଲିୟନ ପ୍ଲାଣ୍ଟ ଢେଙ୍କାନାଳରେ’। ଢେଙ୍କାନାଳରେ ୧୦୦ ଏକର ଜମି ଅଛି, ଆହୁରି ଆବଶ୍ୟକ ପଡ଼ିପାରେ। ଆବଶ୍ୟକ ଜମି ରାଜ୍ୟ ସରକାର ଯୋଗାଇ ଦେବେ। ଏହା ସହ ଅନୁମତି ଓ କ୍ଲିୟରାନ୍ସ ଠିକ୍ ସମୟରେ ଉପଲବ୍ଧ କରାଯିବ।
ଓଡ଼ିଶାକୁ ଦେଶର ‘ଷ୍ଟିଲ୍ ହବ୍’ କରିବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଜୋରଦାର ହୋଇଛି। ଏହି କ୍ରମରେ ଢେଙ୍କାନାଳ ଏବଂ କେନ୍ଦୁଝରରେ ବୃହତ ଇସ୍ପାତ ପ୍ରକଳ୍ପ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। କେନ୍ଦୁଝରରେ ଲୌହ ପଥରର ପ୍ରାଚୁର୍ଯ୍ୟ ଥିବାରୁ ଏଠାରେ କଞ୍ଚାମାଲ ଯୋଗାଣ ସହଜ ହେବ, ସେହିପରି ଢେଙ୍କାନାଳର ଭୌଗୋଳିକ ଅବସ୍ଥିତି ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ଏହି ପ୍ରକଳ୍ପ ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। କେବଳ ଇସ୍ପାତ ନୁହେଁ, ଏହାକୁ ଆଧାର କରି ଅନେକ ଆନୁଷଙ୍ଗିକ କ୍ଷୁଦ୍ର ଶିଳ୍ପ (Downstream Industries) ମଧ୍ୟ ଗଢ଼ିଉଠିବ। ଫଳରେ ସ୍ଥାନୀୟ ବ୍ୟବସାୟ ବୃଦ୍ଧି ପାଇବ ଏବଂ ଶିକ୍ଷିତ ବେକାର ଯୁବକଯୁବତୀମାନେ ନିଜ ଜିଲ୍ଲାରେ ହିଁ ରୋଜଗାର କରିବାକୁ ସମର୍ଥ ହେବେ।