୧୦୬ତମ ସୁନାରାମ ସୋରେନଙ୍କର ଜୟନ୍ତୀ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ୧୦୬ତମ ସୁନାରାମ ସୋରେନଙ୍କର ଜୟନ୍ତୀ ପାଳିତ | ସୁନାରାମ ସୋରେନ ଯାହା କରିଯାଇଛନ୍ତି, ତାହା ପାଇଁ ସମଗ୍ର ଓଡିଶାବାସୀ ଗର୍ବିତ ଓ ସମସ୍ତଙ୍କ ହୃଦୟରେ ଚିରସ୍ମରଣୀୟ ହୋଇ ରହିଥିବେ |

ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ହରିଲାବେଡାସ୍ଥିତ ଯାଦୁମହଲ କ୍ଲବ ଆନୁକୂଲ୍ୟରେ ସୁନାରାମ ଛକ ଠାରେ ୧୦୬ତମ ସୁନାରାମ ସୋରେନଙ୍କ ଜୟନ୍ତୀ ପାଳିତ ହୋଇଯାଇଛି | ଏଠାରେ ପାରମ୍ପରିକ ପୂଜାପାଠ ପରେ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ | କମିଟୀର ସଦସ୍ୟଗଣ ସୁନାରାମ ସୋରେନଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ | ତାପରେ ମାଦଳ ର ତାଳେ ତାଙ୍କର ଚାରପଟେ ଆଦିବାସୀ ଲୋକନୃତ୍ୟ କରିଥିଲେ | ତଦପରେ କମିଟୀର ସମସ୍ତ ସଭ୍ୟସଭ୍ୟା ମିଶି ସଂଗୀତ ଗାନ କରିଥିଲେ | ଏହି ଜୟନ୍ତୀ ପରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ହେବ ବୋଲି କମିଟୀର ସଭାପତି ସୂଚନା ଦେଇଥିଲେ |

ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ କମିଟିର ସଭାପତି ଲାଲ ମୋହନ ମୁର୍ମୁ, ସଂପାଦକ ଚୁନୁରାମ ହାଁସଦାଃ, ରାମଚନ୍ଦ୍ର ମାର୍ଣ୍ଡି, ରଘୁନାଥ ସୋରେନ, ମନରାମ ମୁର୍ମୁ, ମଙ୍ଗଲ ଟୁଡୁ, ଯାଦୁ ହାଁସଦାଃ, ଦାଖିନ ହାଁସଦାଃ, ଯଦୁନାଥ ସୋରେନ ଓ ଜାମଦା ପାରଗାନା ପ୍ରମୁଖ ଉପସ୍ଥିତ ଥିଲେ | ଏହି ବିରାଟ ସମାବେଶରେ ଆଦିବାସୀ ପୁରୁଷମହିଳା ବହୁସଂଖ୍ୟାରେ ସୁନାରାମ ଛକ ଠାରେ ଏକତ୍ରିତ ହୋଇଥିଲେ |

Leave A Reply

Your email address will not be published.