ମହିଳା ମହାବିଦ୍ୟାଳୟ ଦ୍ବାରା ସ୍ବଚ୍ଛ ଭାରତ ଅଭିଯାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହିଳା ମହାବିଦ୍ୟାଳୟ ଦ୍ବାରା ସ୍ବଚ୍ଛ ଭାରତ ଅଭିଯାନ | ମହିଳା ମହାବିଦ୍ୟାଳୟ ଦ୍ବାରା ଖଡକାଇ ଡ୍ଯାମ ରେ ଏକ ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କ ମାର୍ଗଦର୍ଶନରେ ମହିଳା ମହାବିଦ୍ୟାଳୟର କର୍ମଚାରୀମାନେ ସେଠାରେ ସର୍ବ ପ୍ରଥମେ ବଣଭୋଜି ସ୍ଥାନ ସବୁରେ ସଫେଇ କାର୍ଯ୍ଯ କଲାପରେ ବଣଭୋଜି କରୁଥିବା ଲୋକମାନଙ୍କ ସହିତ ସ୍ବଚ୍ଛତା ସଚେତନତା ଚର୍ଚା କରିଥିଲେ।

ଅଧ୍ୟାପିକା ରାଜଶ୍ରୀ ଦାସଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡି ଏଲ କଲେଜ ର ପ୍ରାଧ୍ୟାପକ ଜନକ କୁମାର ଗିରି ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଆୟୋଜକ ମାନଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଅଭିନନ୍ଦନ ଜଣାଇ ଥିଲେ।ଆବାହକ ବିଜୟ ରାମ ସ୍ଥାନୀୟ ଲୋକମାନଙ୍କୁ ଏପରି ସଚେତନତା ର ଆବଶ୍ୟକତା ଉପରେ ଚର୍ଚା କରିଥିଲେ।

ପରେ ଏକ ବଣଭୋଜି ର ଆୟୋଜନ କରାଯାଇ ଥିଲା ଯେଉଥିରେ ସେବତି ବେହେରା,ଡାକ୍ତର ରାଜେନ୍ଦ୍ର ମଣ୍ଡଳ,ଅବନି ନାୟକ,ଦଶରଥ ଗୋରାଇ, ରୁଦ୍ରନାଥ ଧୀର, ପ୍ରିୟତମା ହେମ୍ଭ୍ରମ, ରାଜଶ୍ରୀ ନାୟକ, ପୁଷ୍ପଲତା ମୁର୍ମୁ, ପ୍ରିୟଦର୍ଶିନୀ ଭିସେରା,ଦେବସ୍ମୀତା ସରଘରିଆ, ଶ୍ୟାମ ସୁନ୍ଦର ମଣ୍ଡଳ, ଅମିତ ଗୋପାଳ,ଦୀପିକା ମହାରାଣା, କୁନି ବେହେରା, ସୁଲୋଚନା ଓ ଅନ୍ଯାନ୍ଯ କର୍ମଚାରୀଙ୍କ ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ ଟି ଉଚ୍ଚ ପ୍ରଶଂସିତ ହୋଇ ଥିଲା।

Leave A Reply

Your email address will not be published.