ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୨ ଜୀବନ

0

ଓଡ଼ିଆ ନ୍ୟୁଜ, କର୍ଣ୍ଣାଟକ: ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୨ ଜୀବନ । କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳୁ ସକାଳୁ ଏକ ଟାଟା ସୁମୋ ସହ ଏକ ଟ୍ୟାଙ୍କର ଧକ୍କା ହେବା ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଚିକ୍କାବାଲାପୁରର ଟ୍ରାଫିକ ପୋଲିସ ଷ୍ଟେସନ ନିକଟ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ 3 ଜଣ ଆହତ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନା ଅନୁଯାୟୀ, ଟାଟା ସୁମୋରେ 15 ଜଣ ଲୋକ ଯାତ୍ରା କରୁଥିଲେ । ରାସ୍ତାରେ ଛିଡା ହୋଇଥିବା ସିମେଣ୍ଟ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଟାଟାସୁମୋ । ଫଳରେ 12 ଜଣଙ୍କ ମୃତ୍ୟୁ ହୋଇଛି ଅନ୍ୟ 3 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତକ ଆନ୍ଧ୍ରପ୍ରଦେଶର ।

ଆନ୍ଧ୍ରପ୍ରଦେଶରୁ ବେଙ୍ଗାଲୁରୁ ଯାଉଥିବା ବେଳେ ଟାଟା ସୁମୋ କାର 44 ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ସିମେଣ୍ଟ ଟ୍ରକକୁ ଧକ୍କା ଦେଇଥିଲା ।କର୍ଣ୍ଣାଟକର ଚିକ୍କାବଲାପୁରରେ ସକାଳୁ ସକାଳୁ କୋହଲା ପାଗ ଲାଗି ରହିଥିଲା । କିଛି ଅଞ୍ଚଳରେ କୁହୁଡି ସହିତ ଆକାଶ ଆଂଶିକ ମେଘୁଆଚ୍ଛନ ରହିଥିଲା । ସର୍ବାଧିକ ତାପମାତ୍ରା ୩୧ରୁ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ ରହିଥିବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.