ବଡମ୍ବା ଟି ବ୍ରିଜ୍ ରେ ଦଳାଚକଟା: ୧୭ରୁ ଅଧିକ ଗୁରୁତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାର୍କିଙ୍ଗ ସମସ୍ୟା ସାଙ୍ଗକୁ ପ୍ରଶାସନରେ ଅବହେଳା ଯୋଗୁ ବଡମ୍ବା ଓ ବାଙ୍କୀ ବ୍ଲକ ଦ୍ୱାରା ପରିଚାଳିତ ମହାନଦୀରେ ଗର୍ଭଗୃହ ମଧ୍ୟରେ ରହିଥିବା ସିଂହ ନାଥ ପୀଠ ରେ ମକର ମେଳାରେ ଘଟିଲା ଅଘଟଣ।  ଦଳା ଚକଟା ରେ ୧୬ରୁ ଉର୍ଦ୍ଧ ଗୁରୁତର ଆହତ ରହିଥିବା ସୂଚନା ମିଳିଛି। ସୂଚନା ଥାଉକି ଏହି ମକର ମେଳା ସିଂହନାଥଙ୍କ ପୀଠରେ ୩ ଦିନ ଧରି ଚାଲିବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତି ହୋଇଥିଲା। ହେଲେ କେଉଁଠି ନାଁ କେଉଁଠି ପ୍ରଶାସନର ଖମିଖିଆଲି ନୀତି ଯୋଗୁ ଏଭଳି ଘଟିଗଲା ଅଘଟଣ।  ଏହାର ମୁଖ୍ୟ କାରଣ ରହିଛି ସଂକୁତିକ ରାସ୍ତା ସାଙ୍ଗକୁ ନାହିଁ ପାର୍କିଙ୍ଗର ବ୍ୟବସ୍ଥା।
ସୂଚନା ମୁତାବକ ଆହତଙ୍କୁ ନିକଟ ବଡମ୍ବା ଓ ଗୋପୀନାଥପୁର ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ରରେ କରାଯାଇଛି ଭର୍ତ୍ତି। ସେପଟେ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଆଠଗଡ଼ ଓ ବାଙ୍କୀ ପୋଲିସ ପକ୍ଷରୁ ୩ ପ୍ଲାଟୁନରୁ ଉର୍ଦ୍ଧ ପୋଲିସ ରହିଛନ୍ତି ମୁତୟନ।  ଘଟଣା ସ୍ଥଳରେ ଏବେବି ଉତ୍ତେଜନା ଲାଗି ରହିଛି। ଯେଉଁଥିପାଇଁ ମକର ମେଳାକୁ ଆସିଥିବା ଭକ୍ତ ଶ୍ରଦ୍ଧାଳୁ ମାନେ ନିଜ ନିଜର ଯାନବାହନ ଗୁଡିକୁ ଟି ସେତୁ ର ଯିବା ଆସିବା ରାସ୍ତା ଉପରେ ରଖିବାକୁ ନେଇ ଅତ୍ୟଧିକ ଠେଲା ପେଲା ଯୋଗୁ ଘଟିଯାଇଛି ଅଘଟଣ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.