ଭୋଜି କରିବାକୁ ଆସି ୨ ମୃତ, ୩ ଗୁରୁତର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଢେଙ୍କାନାଳ ଜିଲ୍ଳା ସଦର ଥାନା ଭାପୁର ଫାଣ୍ଡି ମହୁଲପୁଞ୍ଜି ଗ୍ରାମ ଠାରେ ଏକ କାର୍ ଗଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଏବଂ ଆହତ ସମସ୍ତେ ଖୋର୍ଦ୍ଧା ଅଂଚଳର ହୋଇଥିବା ଜଣଯାଇଛି। ଖୋର୍ଦ୍ଧା ଅଂଚଳର ୧୧ ଜଣ ସାଙ୍ଗ ଢେଙ୍କାନାଳ ଭାପୁର ଅଂଚଳର ନୂଆପାଟଣାସ୍ଥିତ ପନ୍ଥେଇ ମନ୍ଦିର ଠାରେ ଭୋଜିକରିବାକୁ ଆସିଥିଲେ । ୬ଜଣ ସାଙ୍ଗ ରୋଷେଇ କରୁଥିବା ବେଳେ ପାଣି ଆଣିବା ଲାଗି ୫ ଜଣ ସାଙ୍ଗ ଓଡି୦୨ବିପି୫୧୪୯ ନମ୍ବର କାର୍‌ରେ ମହୁଲପୁଞ୍ଜି ଗ୍ରାମକୁ ଯାଉଥିଲେ । ମହୁଲପୁଞ୍ଜି ଗ୍ରାମ ଠାରେ କାର୍ଟି ଭାରସାମ୍ୟ ହରାଇ ଏକ ଗଛରେ ବାଡେଇ ହୋଇଯାଇଥିଲ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହାତ ହୋଇଛନ୍ତି । ସ୍ଥାନୀୟ ଅଂଚଳାବସୀ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଆହାତମାନଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ।

ସେମାନେ ସେଠାରେ ଚିକିତ୍ସିତ ହେଉଛନ୍ତି । ମୃତକମାନେ ହେଲେ ନୟାଗଡର ସୋମନାଥ ସାହୁ, ଖୋର୍ଦ୍ଧା ଅଂଚଳର ଭାସ୍କର ସାହୁ । ଗୁରୁତର ଆହତମାନେ ହେଲେ ଖୋର୍ଦ୍ଧା ଅଂଚଳର ଶ୍ରୀକାନ୍ତ ବେହେରା, ଦୁଃଖିଶ୍ୟାମ ସାହୁ, ସୁକାନ୍ତ ମାନସିଂ ।

Leave A Reply

Your email address will not be published.