ବାଲେଶ୍ବର: କାର ସହ ଟ୍ରକ ଧକ୍କା, ଚାରି ଗୁରୁତର

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ସିମୁଳିଆ ଥାନା 16 ନମ୍ବର ଜାତୀୟ ରାଜପଥ ମଇତାପୁର ଜଗନ୍ନାଥ ରାଇସ ମିଲ ନିକଟରେ ଗତକାଲିରାତିରେ ଏକ କାର ସହ ଟ୍ରକ ଧକ୍କା ହେବା ଫଳରେ ଚାରି ଜଣ ଆହତ ହୋଇ ସୋର ମେଡିକାଲରେ ଭର୍ତ୍ତି ହୋଇଛନ୍ତି।  ଆଜି ରାତିରେ ସୋର ପୌରପାଳିକା ଅନ୍ତର୍ଗତ ରାଇପୁର ଗ୍ରାମର ମଙ୍ଗଳପୁର ଜନlର୍ଦ୍ଦନ ଉଚ୍ଚ ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ବାସୁକୃଷ୍ଣ ମହାପାତ୍ର, ଦହିପୁର ଗ୍ରାମର ଚୈତନ୍ୟ ପ୍ରଧାନ, ବିଦୁ ଅଞ୍ଚଳର ଜୟନ୍ତ ପଟ୍ଟନାୟକ, ପଢୁଆଁ ବାରାପୁର ଗ୍ରାମର ଉମାକାନ୍ତ ମଲ୍ଲିକ କାର ଯୋଗେ ପୁରୀରୁ ଫେରୁଥିବା ବେଳେ ଏହି ଛକ ନିକଟରେ ଏକ ଟ୍ରକ ସହ କାରର ଧକା ହୋଇଥିଲା। ଫଳରେ ଚାରି ଜଣ ଗୁରୁତ୍ତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଏକ ୧୦୮  ଆମ୍ବୁଲାନ୍ସରେ ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ବାସୁକୃଷ୍ଣ ମହାପାତ୍ରଙ୍କ ଅବସ୍ଥା ଅତି ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି।

Leave A Reply

Your email address will not be published.