ବାଲିଯାତ୍ରା ଦେଖିବା ହେଲା କାଳ, ଯାତ୍ରା ଦେଖି ଘରକୁ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପାରାଦୀପରୁ ବାଲିଯାତ୍ରା ଦେଖି ଦୁଇ ସାଙ୍ଗ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ୍ ଏକ ଅଜଣା ଗାଡ଼ି ଆସି ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ୨ସାଙ୍ଗଙ୍କ ଜୀବନ ଚାଲିଯାଇଥିଲା। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଚଣ୍ଡୀଖୋଲ-ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁରରେ। ମୃତକ ଦ୍ୱୟ ହେଲେକରଞ୍ଜ ଗାଁର ଚତୁର୍ଭୁଜ ଦାଶ ଓ ମହେନ୍ଦ୍ର ଶତପଥୀ ।

ଗତକାଲି ବିଳମ୍ବିତ ରାତିରେ ଚତୁର୍ଭୁଜ ଓ ମହେନ୍ଦ୍ର ପାରାଦୀପରୁ ବାଲିଯାତ୍ରା ଦେଖି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଚଣ୍ଡୀଖୋଲ-ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁର ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ନିକଟରେ ତାଙ୍କ ବାଇକ୍ ପଡ଼ିଥିଲା। ପୁଲିସ ପହଞ୍ଚି ସେମାନଙ୍କୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଇଛି ଓ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.