ଛତିଶଗଡରେ ପୁଣି ଆଇଡି ବିସ୍ଫୋରଣ, ୨ ଯବାନ ଗୁରୁତର ଆହତ

0

ଓଡ଼ିଆ ନ୍ୟୁଜ୍: ପୁଣି ଛତିଶଗଡରେ ଆଇଡି ବିସ୍ଫୋରଣ ହୋଇଛି। ଏଥିରେ ଦୁଇ ଯବାନ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ମୁତାବକ, ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ତିମାପୁର ଗାଁରେ ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀ ମାନେ ଯିବାବେଳେ ପୂର୍ବରୁ ନକ୍ସଲଙ୍କ ଦ୍ବାରା ରଖାଯାଇଥିବା ଆଇଡି ବିସ୍ଫୋରଣ ହୋଇଥିଲା।

ଏହି ବିସ୍ଫୋରଣରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନମାନେ ହେଲେ ରାମସୁ ମାଜ୍ଜି ଏବଂ ଗଜେନ୍ଦ୍ର ସୋଡି । ଦୁଇ ଆହତ ଯବାନଙ୍କୁ ଚିକିତ୍ସା ଲାଗି ତୁରନ୍ତ ବିଜାପୁର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ହେଲିକପ୍ଟର ଯୋଗେ ରାୟପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.