ଆରଟିଇରେ ପ୍ରାଇଭେଟ ସ୍କୁଲରେ 25% ସିଟରେ ନିଃଶୁଳ୍କ ପଢ଼ୁଥିବା ପିଲାଙ୍କ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ : ଅନ୍ୟରାଜ୍ୟ ଭଳି ଯୋଜନାକୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବୃଦ୍ଧି ସହ ଅନେକ ଦାବୀ ଜୋରଦାର
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): 2009ର ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରତ୍ୟେକ ପ୍ରାଇଭେଟ ସ୍କୁଲରେ 25% ସିଟରେ ଅବହେଳିତ ଶ୍ରେଣୀର ପିଲାମାନେ ମାଗଣାରେ ପାଠ ପଢ଼ିବାର ବ୍ୟବସ୍ଥା ଥିଲେ ମଧ୍ୟ ଓଡ଼ିଶା ରେ ସେହି ବ୍ୟବସ୍ଥା ଗତ ବର୍ଷ ଠାରୁ ଆରମ୍ଭ ହୋଇଛି l ଓଡିଶା ଅଭିଭାବକ ମହାସଂଘର ଦୀର୍ଘ ଦିନ ର ଦାବୀ ଆନ୍ଦୋଳନ ପରେ ଏହି ସୁବିଧା ପ୍ରଦାନ ପାଇଁ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ପିଲାଙ୍କୁ ଚୟନ କରାଯାଇଛି l ଯୋଜନାରେ ଏବର୍ଷ 18000 ପିଲା ଏହି ବ୍ୟବସ୍ଥାରେ ଆଡ଼ମିସନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଏହି ପିଲାମାନେ ଆଡ଼ମିସନ କରିବାରେ, ଆଡ଼ମିସନ ପରେ ଓ ପାଠ ପଢ଼ାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ସେହି ସମସ୍ତ ସମସ୍ୟା ଓ ତାର ସମାଧାନ ପାଇଁ ଏକ ଅଭିଭାବକ ସମ୍ମିଳନୀର ଆୟୋଜନ କରାଯାଇଥିଲା l
ଭୁବନେଶ୍ୱର ୟୁନିଟ 6 ପ୍ରଗତି ସ୍ପୋର୍ଟିଙ୍ଗ ପଡିଆ ନିକଟସ୍ଥ ନେତାଜୀ ଭବନ ଠାରେ ଶିକ୍ଷା ଅଧିକାର ଆଇନ ରେ 25% ସିଟ ରେ ଆଡ଼ମିସନ ନେଇ ପାଠ ପଢ଼ୁଥିବା ପିଲାଙ୍କ ଅଭିଭାବକ ମାନଙ୍କର ଏହି ଅଭିଭାବକ ସମ୍ମିଳନୀ ମହାସଂଘର ଆବାହକ କଳ୍ପନା ସାହୁ ଙ୍କ ଆବାହକତ୍ୱରେ ପ୍ରାୟ ଆଠ ଶହରୁ ଉର୍ଦ୍ଧ ଅଭିଭାବକ ଯୋଗ ଦେଇଥିଲେ l1)ଏହି ସ୍କିମ ରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ଥିବା ବେଳେ ଛତିଶଗଡ ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟ ଭଳି ନବମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି 2)ଯୋଜନାରେ ଯୋଗ୍ୟ ବିବେଚିତ କିଛି ପିଲାଙ୍କୁ ସମ୍ପୃକ୍ତ ସ୍କୁଲ ଆଡ଼ମିସନ ନ କରିବା 3) ଆଡ଼ମିସନ ନେଇଥିବା ସ୍କୁଲ ରେ ଅଷ୍ଟମ ଶ୍ରେଣୀ ରୁ କମ ଶ୍ରେଣୀ ଉପଲବ୍ଧ ଥିଲେ ଉଚ୍ଚ ଶ୍ରେଣୀ ରେ କିପରି ଆଡ଼ମିସନ କରି ପଢିବେ 4) ବହି, ଡ୍ରେସ ଯୋଗାଣ ପାଇଁ ପଇସା ଆଦାୟ କରିବା 5) ଯୋଜନାରେ ଆଡ଼ମିସନ ନେଇଥିବା ପିଲାଙ୍କୁ ରେଗୁଲାର ପିଲାଙ୍କ ଠାରୁ ଅନ୍ୟତ୍ର ବସାଇବା 6) ଯେହେତୁ ଏହି ଯୋଜନାରେ ପ୍ରାୟ ଅଭିଭାବକ ମାନେ ଭଡା ଘରେ ରୁହନ୍ତି ରୋଜଗାର ପାଇଁ ସ୍ଥାନ ପରିବର୍ତ୍ତନ କଲେ ସ୍କୁଲ ପରିବର୍ତ୍ତନ ଆବଶ୍ୟକ ଆଦି ସମସ୍ୟା ସମ୍ପର୍କରେ ବିଭିନ୍ନ ପର୍ଯ୍ୟାୟ ରେ ଅଭିଭାବକ ମାନେ ଦାବୀ ଉପସ୍ଥାପନା କରିଥିଲେ l
ଆଗାମୀ ଦିନରେ ସମସ୍ତ ଅଭିଭାବକ ଏକତ୍ରିତ ହୋଇ ଲଢେଇ କରି ବିଭିନ୍ନ ଦାବୀ ଉପସ୍ଥାପନା କରି ନ୍ୟାର୍ଯ୍ୟ ଅଧିକାର ହାସଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏହି ସମ୍ମିଳନୀ ରେ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ, ଭୁମୋହନ ପଟନାୟକ, ସ୍ୱପ୍ନେନ୍ଦୁ ସାମନ୍ତରାୟ, ଆଡ଼ଭୋକେଟ ଆଦିଶା ମହାନ୍ତି, ପ୍ରଦୀପ୍ତ ମିଶ୍ର,ଅଶୋକ ପଟନାୟକ, କଳ୍ପନା ସାହୁ,ପ୍ରଦୀପ ରାଉତ,ଆଦି ଯୋଗ ଦେଇ ଅଭିଭାବକ ମାନଙ୍କ ସମସ୍ୟା ସମାଧାନ ପାଇଁ ଆଲୋଚନା କରିଥିଲେ l