ରାଜ୍ୟରେ ୨୭ଶହ ପାର୍ ହେଲା ଡେଙ୍ଗୁ ଆକ୍ରାନ୍ତ: ଡେଙ୍ଗୁର ହଟସ୍ପଟ ସୁନ୍ଦରଗଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏଯାଏ ଓଡ଼ିଶାରେ ୭୦ ହଜାର ଟେଷ୍ଟିଂ ହୋଇଥିବା ବେଳେ ୨୭୫୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।  ସେପଟେ ରାଜଧାନୀରେ ଡେଙ୍ଗୁ ରୋଗୀ ୫୦୦ରୁ ଅଧିକ ଚିହ୍ନଟ ହୋଇଥିବା ବେଳେ ସବୁଠୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡରେ ।

ଖୋର୍ଦ୍ଧା ଜିଲ୍ଲାରୁ କେବଳ ଭୁବନେଶ୍ୱରରେ ୫୦୦ ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।  ଏବର୍ଷ ବର୍ଷାର ପରିମାଣ ଅଧିକ ଥିବାରୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ଏହାର ପ୍ରତିକାର ଓ ସଚେତନତା ଲାଗି ଏଥର ଆଗୁଆ ପଦକ୍ଷେପ ମଧ୍ୟ ନିଆଯାଇଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଏନେଇ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୭୦ ହଜାର ଟେଷ୍ଟିଂ ସରିଥିବା ବେଳେ ଏହା ମଧ୍ୟରୁ  ୨୭୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିରେ ସୁନ୍ଦରଗଡ଼ରୁ ସର୍ବାଧିକ ୮୬୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୮୩୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ଭୁବନେଶ୍ବରରୁ ୫୦୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Comments are closed.