ନାମାଙ୍କନ ପ୍ରତ୍ୟାହାର କଲେ ଜଗନ୍ନାଥ ପ୍ରଧାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଆଜି  ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତଙ୍କ ପ୍ରାର୍ଥିପତ୍ର କାୟମ ରହିଥିବା ହେତୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ଏହାପରେ ସେ କହିଛନ୍ତି, ଦଳର ନିର୍ଦ୍ଦେଶରେ ପ୍ରାର୍ଥିପତ୍ର ନାମାଙ୍କନ ଓ ପ୍ରତ୍ୟାହାର କରିଛନ୍ତି। ସେ ବିଜେପିର ଜଣେ ଶୃଙ୍ଖଳିତ କର୍ମୀ ବୋଲି ବି କହିଛନ୍ତି ଜଗନ୍ନାଥ ପ୍ରଧାନ। ସୂଚନାଯୋଗ୍ୟ, ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଦାଖଲ କରିବା ପରେ କାଳେ ତାଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯିବ, ଏଭଳି ଆଶଙ୍କା କରି ଜଗନ୍ନାଥଙ୍କୁ ଡମି ପ୍ରାର୍ଥୀ କରିଥିଲା ଦଳ। ତେବେ ମମତାଙ୍କ ପ୍ରାର୍ଥିତ୍ବ ଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଥିଲା ବିଜେପିର ଆଉ ଜଣେ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ପ୍ରାର୍ଥିପତ୍ର ଦାଖଲ। ସେ ବିଜେପି ବିଧାୟକଙ୍କ ଗହଣରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତାଙ୍କୁ ଡମି ପ୍ରାର୍ଥୀ କରାଯାଇଛି ନା ଏହା ପଛରେ ଆଉ କିଛି ରହସ୍ୟ ଅଛିତାହାକୁ ନେଇ ଆଲୋଚନା ଜୋର୍ ଧରିଥିଲା।

ଆଜି ପ୍ରାର୍ଥିତ୍ବ ପ୍ରତ୍ୟାହାର କରିବା ପରେ ଜଗନ୍ନାଥ କହିଛନ୍ତି, “ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ, ଦଳ ମୋତେ ଯାହା ନିର୍ଦ୍ଦେଶ ଦେଇଥିଲା ତାହା ମୁଁ କରିଥିଲି ,ଆଜି ଯେତେବେଳେ ଦଳ ମୋତେ ନିର୍ଦ୍ଦେଶ ଦେଲା ମୁଁ ପ୍ରତ୍ୟାହାର କଲି ।’’ ଯେଉଁଦିନ ଜଗନ୍ନାଥ ପ୍ରଧାନ ପ୍ରାର୍ଥିପତ୍ର ଦାଖଲ କରିଥିଲେ, ସେଦିନ ବିଜେପିର ବହୁ ବିଧାୟକ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଏଥିରୁ ସ୍ପଷ୍ଟ ହେଉଥଲା ଜଗନ୍ନାଥ ଦଳର ଇଙ୍ଗୀତରେ ହିଁ ନାମାଙ୍କନ ଭରିଥିଲେ ।

Leave A Reply

Your email address will not be published.