ଦଳରୁ ବହିଷ୍କାର ହେଲେ ବିଜେଡି ନେତ୍ରୀ ସସ୍ମିତା ମାଝୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦଳରୁ ବହିଷ୍କାର ହେଲେ ବିଜେଡି ନେତ୍ରୀ ତଥା ମାଲକାନଗିରି ମାଥିଲି ବ୍ଲକ ଜୋନ-୩ର ଜିଲ୍ଲା ପରିଷଦ ସଦସ୍ୟ ସସ୍ମିତା ମାଝି । ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ସୂଚନା ଯୋଗ୍ୟ, ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲା। ଏଠି ବେକାରି ସଂଖ୍ୟା ଅଧିକ ରହିଛି। ଚାକିରି ପାଇବା ପାଇଁ ଯୁବତୀଯୁବକମାନେ ଆଶା କରିଥିଲେ ମଧ୍ୟ ସୁଯୋଗ ନ ପାଇ ଦଲାଲଙ୍କ ଶିକାର ହେଉଛନ୍ତି।

ଜିଲାରେ ଜାଲ ସାର୍ଟିଫିକେଟ, ଆଧାର କାର୍ଡ, ନକଲି ପୋଲିସ ଅଧିକାରୀ, ନକଲି ମାଓବାଦୀ ଆଦି ଅନେକ ଘଟଣାରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି। ବର୍ତ୍ତମାନ ଜନ ପ୍ରତିନିଧି ଓ ରାଜନେତାମାନେ ବେକାର ଉଚ୍ଚଶିକ୍ଷିତ ଯୁବତୀ ଯୁବକମାନଙ୍କୁ ଚାକିରି କରାଇଦେବା ନାଁରେ ଟଙ୍କା ଠକେଇ ଘଟଣା ସାମ୍‌ନାକୁ ଆସିଛି। ତେବେ, ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଶଳା ପରିଚୟ ଦେଇ ଠକେଇ ଅଭିଯୋଗରେ କେନ୍ଦ୍ରାପଡ଼ାର ରମେଶ ରାଉତଙ୍କୁ ପୋଲସ ଗିରଫ କରିଥିବା ଘଟଣାରେ ବିଜେଡି ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହେବା ପରେ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ସୁପ୍ରିମୋ ।

ମାଲକାନଗିରି ଜିଲା ବିଜେଡିର କେତେକ ଜନ ପ୍ରତିନିଧି ଯୁବତୀ ଯୁବକମାନଙ୍କୁ ଚାକିରି କରାଇଦେବା ନାଁରେ ବହୁ ଲକ୍ଷ ଟଙ୍କା ହଡପ କରି ନେଇଥିବା ମାଥିଲି ଥାନାରେ ଅଭିଯୋଗ ହୋଇଛି। ମାଥିଲି ଥାନା ଅନ୍ତର୍ଗତ ମିଲୁଗୁଡା ଗ୍ରାମର ରବିନାରାୟଣ ପୁହାଣ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଯେ, ତାଙ୍କ ପୁଅଙ୍କୁ ଯୋଗାଣ ବିଭାଗରେ ଇନ୍ସପେକ୍ଟର ଚାକିରି କରାଇଦେବା ନାଁରେ ମାଥିଲି ଜିଲା ପରିଷଦ ଜୋନ-୩ ସଭ୍ୟା ସସ୍ମିତା ମାଝି ୨୦୨୩, ଏପ୍ରିଲ ୨୫ରେ ୧ ଲକ୍ଷ ଟଙ୍କା, ଏପ୍ରିଲ ୨୮ ରେ ୩୦ ହଜାର ଟଙ୍କା ନଗଦ ନେଇଥିଲେ।

Leave A Reply

Your email address will not be published.