ଆଜିଠୁ ଦ୍ବିତୀୟ ଓଜେଇଇ ପରୀକ୍ଷା ଆରମ୍ଭ, ଜାଣନ୍ତୁ କିପରି ରହିଛି ବ୍ୟବସ୍ଥା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜିଠାରୁ ବି.ଟେକ୍‌, ଲାଟେରାଲ ଏଣ୍ଟ୍ରି-ଟେକ୍‌(ଡିପ୍ଲୋମା), ଏମ୍‌ବିଏ, ଏମ୍‌ସିଏ ଓ ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଦ୍ବିତୀୟ ତଥା ସ୍ବତନ୍ତ୍ର ଓଜେଇଇ ଆରମ୍ଭ ହେବ। ଜୁନ୍‌ ୨୬, ୨୭ ଓ ୨୯ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ଏକ ଘଣ୍ଟା ଧରି ଚାଲିବ। କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ୪ଟି ସିଟିଂରେ ପରୀକ୍ଷା କରାଯିବ। ପରୀକ୍ଷା ପାଇଁ ମୋଟ ୪୭ଟି ‌କେନ୍ଦ୍ର ହୋଇଛି। ଓଡ଼ିଶା ଭିତରେ ୪୪ ଓ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ୨୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି।

ଶୃଙ୍ଖଳିତ ପରୀକ୍ଷା କରିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା‌ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି। ଓଜେଇଇ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲିଥିବା ସିଟ୍‌ରେ ନାମଲେଖା ପାଇଁ ସ୍ବତନ୍ତ୍ର ଓଜେଇଇ ରୢାଙ୍କ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ । ବାହାର ରାଜ୍ୟର ଛାତ୍ରଛାତ୍ରୀ ସରକାରୀ କଲେଜରେ ନାମଲେଖା ପାଇଁ ଯୋଗ୍ୟ ହେବେ ନାହିଁ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.