ଟିମ ଇଣ୍ଡିଆକୁ ଝଟକା, ଏସିଆ କପ୍‌ରୁ ବାଦ୍‌ ପଡିପାରନ୍ତି ଶ୍ରେୟସ ଆୟର

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଟିମ ଇଣ୍ଡିଆକୁ ବଡ ଝଟକା, ଏସିଆ କପ୍‌ରୁ ବି ବାଦ୍‌ ପଡିପାରନ୍ତି ଶ୍ରେୟସ ଆୟର । ପିଠିରେ ଅସ୍ତ୍ରୋପଚାର କରାଇବା ପରେ ଏନ୍‌ସିଏରେ ଫିଟ୍‌ନେସ ପ୍ରସ୍ତୁତି ଚଳାଇଥିବା ଭାରତର ମଧ୍ୟକ୍ରମ ବ୍ୟାଟର ଶ୍ରେୟାସ ଆୟରଙ୍କ ଏସିଆ କପ୍‌ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସେ ଏପର୍ଯ୍ୟନ୍ତ ପୁରା ଫିଟ୍‌ ହୋଇପାରିନାହାନ୍ତି।

ଅସ୍ତ୍ରୋପଚାର ସତ୍ତେ୍ୱ ସେ ଏବେବି ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ଜଣାପଡ଼ିଛି । ଖବର ଅନୁଯାୟୀ, ଗତ ଏପ୍ରିଲ୍‌ ମାସ ଲଣ୍ଡନର ଏକ ମେଡିକାଲରେ ଶ୍ରେୟସଙ୍କ ପିଠିରେ ଅସ୍ତ୍ରୋପଚାର କରାଇଥିଲେ । ନିକଟରେ ଆୟର ତାଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିବା ବିଷୟ ଏନସିଏ ଡାକ୍ତରଙ୍କୁ ଜଣାଇଥିଲେ । ଏହାପରେ ତାଙ୍କୁ ଏକ ଇଞ୍ଜେକସନ୍‌ ଦିଆଯାଇଥିଲା । ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ଏସିଆ କପ୍‌ କ୍ରୀଡ଼ାସୂଚୀ ରହିଛି । ଏହି ସମୟ ବେଳକୁ ଆୟର ସମ୍ପୂର୍ଣ୍ଣ ଫିଟ୍‌ ହୋଇନଥିବେ ।

ସେ ଏସିଆ କପ୍‌ ବେଳକୁ ପ୍ରତ୍ୟାବର୍ତ୍ତନ କରିବା ନେଇ ଆଶା ବାନ୍ଧିଥିଲେ। କିନ୍ତୁ ପିଠି ସମସ୍ୟା ଏବେବି ତାଙ୍କ ପ୍ରତ୍ୟାବର୍ତ୍ତନରେ ବାଧକ ସାଜିଛି ।ସେହିପରି ଆଗାମୀ ଦିନିକିଆ ବିଶ୍ୱକପ୍‌ ପୂର୍ବରୁ ସେ ଫିଟ୍‌ ହୋଇଯିବାର ସମ୍ଭାବନା ରହିଛି । ବିଶ୍ୱକପ୍‌କୁ ଆଉ ୩ ମାସରୁ କମ୍‌ ସମୟ ରହିଛି । ଆଗାମୀ ଅକ୍ଟୋବର ୫ତାରିଖରୁ ବିଶ୍ୱକପ୍‌ ଆରମ୍ଭ ହୋଇ ନଭେମ୍ବର ୯ ତାରିଖ ଶେଷ ହେବ ।

Leave A Reply

Your email address will not be published.