ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଆପ୍ ଛାଡ଼ିଥିବା ୩ ସାଂସଦ। ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ ପହଞ୍ଚିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଲେ ୩ ସାଂସଦ। ଦୁଇ ତୃତୀୟାଂଶ ଆପ୍ ସାଂସଦ ବିଜେପିରେ ସାମିଲ ନେଇ ସୂଚନା ମିଳିଛି। ଆଉ ୪ ଆପ୍ ସାଂସଦ ଦଳ ଛାଡି ସାରିଥିବା କହିଛନ୍ତି ରାଘବ ଚଢ଼ା।ବିଜେପିରେ ମିଶିଲେ AAPର ୭ ସାଂସଦ! । ବିଜେପିକୁ ଯାଇଥିବା ୭ ସାଂସଦମାନେ ହେଲେ ରାଘବ ଚଢ଼ା, ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ହରଭଜନ ସିଂହ, ରାଜିନ୍ଦର ଗୁପ୍ତା, ବିକ୍ରମ ସାହନି ଏବଂ ସ୍ୱାତି ମାଲିୱାଲ। ଆଜି ବିଜେପି ଅଧ୍ୟକ୍ଷ ନୀତିନ ନବୀନଙ୍କ ଉପସ୍ଥିତିରେ ଦିଲ୍ଲୀ ବିଜେପି ପାର୍ଟି ଅଫିସ ଯାଇ ସାମିଲ ହୋଇଛନ୍ତି ରାଘବ ଚଢାଙ୍କ ସହ ଅଶୋକ ମିତ୍ତଲ ଓ ସନ୍ଦୀପ ପାଠକ ।
ଆପର ରାଜ୍ୟସଭା ସାଂସଦ ରାଘବ ଚଢ଼ା ଘୋଷଣା କରିଛନ୍ତି , ଦଳର ଦୁଇ-ତୃତୀୟାଂଶରୁ ଅଧିକ ସାଂସଦ ବିଜେପି ସହ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସକାଳେ ଏହି ମିଶ୍ରଣ ନେଇ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଏକ ଆବେଦନ ପତ୍ର ପ୍ରଦାନ କରାଯାଇଛି। ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ରାଘବ ଚଢ଼ା କହିଥିଲେ, ଆମେ ନିଷ୍ପତ୍ତି ନେଇଛୁ ରାଜ୍ୟସଭାରେ AAPର ଦୁଇ-ତୃତୀୟାଂଶ ସଦସ୍ୟ ଭାରତୀୟ ସମ୍ବିଧାନର ନିୟମ ଅନୁଯାୟୀ ବିଜେପି ସହ ମିଶ୍ରଣ କରୁଛୁ।