+୩ ନାମଲେଖାକୁ ନେଇ ବଡ ଖବର, ଜାଣନ୍ତୁ କ’ଣ

0

ଓଡିଆ ନ୍ୟୁଜ (ବ୍ୟୁ୍ରୋ) : ଯୁକ୍ତ ତିନିରେ ନାମ ଲେଖାଇବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି www.samsodisha.gov.in ରେ ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ  । ସେହିପରି ଜୁଲାଇ ୧୪ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭, ତୃତୀୟ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୩, ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ, ପଞ୍ଚମ ପର୍ଯ୍ୟାୟ ସେପ୍ଟେମ୍ବର ୧ ଏବଂ ଷଷ୍ଠ ପର୍ଯ୍ୟାୟ ୧୩ ସେପ୍ଟେମ୍ବରରେ ମେଧା ତାଲିକା ପ୍ରକାଶ କରାଯିବ । ଉଲ୍ଲେଖ ଥାଉ କି ୨୦୨୨-୨୩ ଶିକ୍ଷାବର୍ଷରେ ୧୦୨୩ ଯୁକ୍ତ୩ କଲେଜର ୨ ଲକ୍ଷ ୫୫ ହଜାର ୯୧୬ ସିଟ୍‌ରେ ନାମଲେଖା ହୋଇଥିଲା ।

୨୦୨୩-୨୪ ଶିକ୍ଷାବର୍ଷରେ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟ୍‌ରେ ନାମଲେଖା ହେବ,  କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍‌ ରହିଛି। ସ୍ନାତକ ନାମଲେଖା ଲାଗି ପଞ୍ଜୀକରଣ ସମୟରେ ନାମ, ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଆଇଡି ରହୁଥିଲା। ଏଥର ପଞ୍ଜୀକରଣ ପେଜ୍‌ରେ ଛାତ୍ରଛାତ୍ରୀଙ୍କ ଜନ୍ମ ତାରିଖ ଉଲ୍ଲେଖ ରହିବ। ନାମଲେଖା ପ୍ରକ୍ରିୟା ସରିବା ପର୍ଯ୍ୟନ୍ତ ଆବଦେନକାରୀ ଦେଇଥିବା ମୋବାଇଲ୍‌ ନମ୍ବର ଓ ଇ-ମେଲ୍‌ ଆକ୍ଟିଭ୍‌ ରଖିବାକୁ ପରାମର୍ଶ ଦିଆଯାଇଛି।

ସିଏଏଫ୍‌ରେ ଯଦି କୌଣସି ପ୍ରକାର ତ୍ରୁଟି ଥିବ, ଆବେଦନକାରୀ ତାହାକୁ ସଂଶୋଧନ କରିପାରିବାର ସୁବିଧା ଉପଲବ୍ଧ ହେବ। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଛାତ୍ରଛାତ୍ରୀ ପୂର୍ବରୁ ସର୍ବନିମ୍ନ ୫ଟି ଓ ସର୍ବାଧିକ ୨୦ଟି ଶିକ୍ଷାନୁଷ୍ଠାନରେ ଆବେଦନ କରିପାରୁଥିଲେ।

Leave A Reply

Your email address will not be published.