ଓଡ଼ିଆ ନ୍ୟୁଜ୍: ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍ପେଣ୍ଡ। ବରଗଡ଼ ସୁପରିଟେଣ୍ଡେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀ ସସ୍ପେଣ୍ଡ। ଭେଡେନ୍ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ରାଜ୍ କୁମାର ମିଶ୍ର ସସ୍ପେଣ୍ଡ।ବରଗଡ଼ କେନାଲ୍ ସେକ୍ସନର ଆସିଷ୍ଟାଣ୍ଟ ଇଂଜିନିୟର ରଂଜନ ପଟେଲ ସସ୍ପେଣ୍ଡ।କାର୍ଯ୍ୟରେ ଅବହେଳା ଅଭିଯୋଗରେ ସସ୍ପେଣ୍ଡ କଲା ଜଳ ସଂପଦ ବିଭାଗ।
ଆର୍ଥିକ ଅନିୟମିତତା ଅଭିଯୋଗରେ ସମସ୍ତଙ୍କୁ ନିଲମ୍ବିତ କରିଛି ଜଳସମ୍ପଦ ବିଭାଗ । ପ୍ରକଳ୍ପ କାର୍ଯ୍ୟରେ ଅନିୟମିତତା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଓ.ସି.ଏସ୍. (O.C.S.) ନିୟମ, ୧୯୬୨ର ଧାରା ୧୨(୧) ଅନୁଯାୟୀ ରାଜ୍ୟପାଳଙ୍କ ଆଦେଶକ୍ରମେ ଏହି ନିଲମ୍ବନ ଆଦେଶ ଜାରି ହୋଇଛି । ନିଲମ୍ବନ ସମୟରେ ମଦନ ମୋହନ ସେଠୀ ଜଳ ସମ୍ପଦ ବିଭାଗ ସର୍ବୋଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଜ କୁମାର ମିଶ୍ର ଓ ରଞ୍ଜନ ପଟେଲ ମହାନଦୀ ବେସିନ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିନା ଅନୁମତିରେ ସେମାନଙ୍କୁ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।