ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ୍): କମିଶନରେଟ୍ ପୁଲିସ ପଂଝାରେ କେନ୍ଦ୍ରାପଡ଼ାର ୩ ମୋଷ୍ଟ ୱାଣ୍ଟେଡ । ପେଶାଦାର ସୁପାରୀ କିଲର ଭାବେ ବେଶ୍ ଜଣାଶୁଣା ୩ ଜଣ । କେନ୍ଦ୍ରପଡ଼ାର ଦିପୁ, ବିକ୍ରମ, ସନ୍ତୋଷ ପୂର୍ବରୁ ପୁଲିସ ତାଲିକାରେ ଥିଲେ ମୋଷ୍ଟ ୱାଣ୍ଟେଡ । ସେମାନଙ୍କ ଠାରୁ ୨ ଟି ବନ୍ଧୁକ , ୧୩ ଟି ଜୀବନ୍ତ ଗୁଳି ଓ ବାଇକ ପୋଲିସ ଜବତ କରିଛି କମିଶନରେଟ୍ ପୁଲିସ ।
ପୂରା ଘଟଣା ଏମିତି ଥିଲା, ଜଟଣୀ ସୁନ୍ଦରପଡ଼ା ଅଞ୍ଚଳର ସନ୍ତୋଷ ମାର୍ଥାଙ୍କ ସହିତ ତାଙ୍କ ବିରୋଧୀ ଗୋଷ୍ଠୀଙ୍କ ସହ ଶତ୍ରୁତା ରହିଥିଲା। ଅନେକ ସମୟରେ ଗଣ୍ଡଗୋଳ ହେଉଥିଲା। ଏହାର ପ୍ରତିଶୋଧ ନେବା ପାଇଁ ସନ୍ତୋଷ କେନ୍ଦ୍ରାପଡ଼ାର ଦୀପ୍ତିରଞ୍ଜନ ଜେନା ଓରଫ ଦୀପୁ ଓ ରାଜନଗରର ବିକ୍ରମ ଓରଫ ଧର୍ମେନ୍ଦ୍ରଙ୍କୁ ଜଟଣୀ ଡାକିଥିଲେ। ଯୋଜନା ମୁତାବକ ମଙ୍ଗଳବାର ରାତି ପ୍ରାୟ ୧୧.୧୫ ମିନିଟ୍ରେ ଦୀପୁ ଓ ବିକ୍ରମ ବାଇକ୍ରେ ଜଟଣୀ ଆସୁଥିଲେ। ବିଶେଷ ସୂତ୍ରରୁ ଖବର ଜଟଣୀ ପୁଲିସ ଦୀପୁ ଓ ବିକ୍ରମକୁ ରାସ୍ତାରେ ଅଟକାଇଥିଲା। ବିକ୍ରମକୁ ଯାଞ୍ଚ ବେଳେ ତା’ଠାରୁ ଗୋଟିଏ ୯ ଏମ୍ଏମ୍ ପିସ୍ତଲ ଓ ୪ ରାଉଣ୍ଡ ଲୋଡେଡ୍ ଗୁଳି ଜବତ କରିଥିଲା। ଠିକ୍ ସେମିତି ଦୀପୁଠାରୁ ପୁଲିସ୍ ୩ ରାଉଣ୍ଡ ଗୁଳି ଜବତ କରିଥିଲା। ଜେରା ବେଳେ ଉଭୟ ସନ୍ତୋଷ ମାର୍ଥାଙ୍କ ନାଁ କହିଥିଲେ। ଏହା ପରେ ପୁଲିସ୍ ସନ୍ତୋଷଙ୍କ ଆସିବା ବାଟକୁ ଜଗି ରହିଥିଲା। ସନ୍ତୋଷ ମାର୍ଥା ଏକ କାର୍ରେ ଆସୁଥିବା ବେଳେ ହରିରାଜପୁର ରୋଡ୍ରେ ପୁଲିସ ମାଡ଼ି ବସିଥିଲା। ପୁଲିସ ତା’ଠାରୁ ୭.୫ ଏମ୍ଏମ୍ ପିସ୍ତଲ ଓ ୬ ରାଉଣ୍ଡ ଗୁଳି ଜବତ କରିଥିଲା। ତେବେ ୩ ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି।