ଭୋଜି ଖାଇ ୩୦ରୁ ଅଧିକ ଅସୁସ୍ଥ, ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୧୦ ଶିଶୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ଜିଲ୍ଲା ସାଲେପୁରବ୍ଳକ ଲଷ୍ମୀନାରାୟଣପୁର ଗ୍ରାମରେ ଏକାଦଶାହ ଭୋଜିଭାତ ଖାଇ ୩୦ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ବେଳେ ଗତକାଲି ରାତିରେ ମଧ୍ୟ ଆଉ କିଛି ଆକ୍ରାନ୍ତ ଲୋକେ ସାଲେପୁର ମେଡିକାଲ ରେ ଚିକିତ୍ସା ହେଉଛନ୍ତି।। ସେଥିମଧ୍ୟରୁ ୧୦ଜଣ ଶିଶୁ ହୋଇଥିଲା ବେଳେ ଅନ୍ୟମାନେ ପୁରୁଷ ଓ ମହିଳା ଅଟନ୍ତି। କଟକ ଜିଲ୍ଲା ସାଲେପୁର ବ୍ଳକ ଳଷ୍ମୀନାରାୟଣପୁର ଗ୍ରାମରୁ ଏଭଳି ଘଟଣା ସମ୍ନାକୁ ଆସିଛି। ଲଷ୍ମୀନାରାୟଣପୁର ଗ୍ରାମରେ ଏକାଦଶାହ ଭୋଜି ଖାଇ ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ।

ସେମାନଙ୍କୁ ନିକଟସ୍ଥ ସାଲେପୁର ମେଡିକାଲରେ ଚିକିତ୍ସ କରାଯାଉଥିବାବେଳେ ଅନ୍ୟଗୁରୁତର ଆକ୍ରାନ୍ତ ମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିବା ସୂଚନାମିଳିଛି। ଆକ୍ରାନ୍ତଙ୍କୁ ମଧ୍ୟରୁ କିଛି ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଆଉ କିଛି ବିଳମ୍ବିତ ରାତିରେ ଆକ୍ରାନ୍ତହୋଇ ସାଲେପୁର ମେଡିକାଲକୁ ଆସିଥିବା ସୂଚନାମିଳିଛି। ଅପମିଶ୍ରତ ଖାଦ୍ୟ ଯୋଗୁ ଏଭଳି ଘଟିଥିବା ସାଲେପୁର ମେଡିକାଲ ପକ୍ଷରୁ ସୂଚନାମିଳିଛି। ଏବେବି ସାଲେପୁର ମେଡିକାଲରେ ୨୦ଉର୍ଦ୍ଧ ଚିକିତ୍ସିତ ହେଉଛନ୍ତି

Leave A Reply

Your email address will not be published.