ବାଲେଶ୍ବର: ଠକ ସ୍ବାମୀର ବର୍ବରତା, ଏସିଡ ମାଡ଼ରେ ଦ୍ଵିତୀୟ ସ୍ତ୍ରୀ ଓ ତାଙ୍କ ଭଉଣୀ ସମେତ ଦୁଇ ଶିଶୁ ଗୁରୁତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ବାଲେଶ୍ଵର ରେ ଅଭାବନୀୟ ଘଟଣା । ଠକ ସ୍ୱାମୀର ଏସିଡ ମାଡ଼ରେ ଦ୍ଵିତୀୟ ସ୍ତ୍ରୀ ଓ ତାଙ୍କ ଭଉଣୀ ସମେତ ଦୁଇ ଶିଶୁ ଗୁରୁତର ଆହତ । ଘଟଣା ଅନୁସାରେ ନୀଳଗିରି ସନ୍ତରା ଗାଡିଆ ଅଞ୍ଚଳର ଚନ୍ଦନ ରଣା ଗତ ଦେଢ଼ ମାସ ତଳେ ରେମୁଣା ବ୍ଲକ୍ ଭୀମପୁରା ଅଞ୍ଚଳର ବନିତା ସିଂ କୁ ବିବାହ କରିଥିଲେ । ଉଭୟଙ୍କ ବିବାହ ପରେ ଜଣାପଡିଥିଲା ଯେ ଚନ୍ଦନ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କ ର ୨ ଟି ସନ୍ତାନ ରହିଛି । ତେବେ ବନିତା ଙ୍କ ପରିବାର ଏସବୁ କଥା ଜାଣିବା ପରେ ବିବାଦ ସୃଷ୍ଟି ହୋଇଥିଲା ।

ଉଭୟ ଅଲଗା ହୋଇ ରହିଥିଲେ । ତେବେ ଘଟଣା କୁ ନେଇ ପୂର୍ବରୁ ଥାନା କୁ ମାମଲା ଯାଇଥିବା ଉଭୟ ପରିବାର ର ଆଲୋଚନା ଭିତରେ ଉଭୟେ ଅଲଗା ରହିଥିଲେ । ତେବେ ବନିତା ସିଂ ତାଙ୍କ ଭିମପୁରା ସ୍ଥିତ ଭଉଣୀ ଘରେ ରହିଥିବା ବେଳେ ଚନ୍ଦନ ରଣା ଆଜି ଯୋଜନା ବଧ ଭାବରେ ଏସିଡ ମାଡ଼ କରି ଫେରାର ହୋଇ ଯାଇଛି । ଘଟଣା ସ୍ଥଳରେ ବନିତା ଙ୍କ ସମେତ ତାଙ୍କ ଭଉଣୀ ବର୍ଷା ସିଂ ଓ ବର୍ଷା ଙ୍କୁ ଦୁଇ ଶିଶୁ ଗୁରୁତର ଆହତ ହୋଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି ।

Leave A Reply

Your email address will not be published.