ଦୁର୍ଘଟଣାରେ ୪ଆହତ; କଟକ ସ୍ଥାନାନ୍ତର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଛପୋଲିଆ ନିକଟରେ ପୃଥକ ପୃଥକ ଘଟଣାରେ ଅଜଣା ଗାଡି ଧକାରେ ଚାରି ଜଣ ଗୁରୁତ୍ତର ଆହତ ହୋଇ ପ୍ରଥମେ ସୋର ଏବଂ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଗଣ୍ଡିବେଡ ଅଂଚଳର ପପୁ ବେହେରା ତାଙ୍କ ସ୍ତ୍ରୀ ବନରାଣୀ ବେହେରା ଏବଂ ତାଙ୍କ କୁନି ପିଲାକୁ ଧରି ବାଲେଶ୍ୱରରୁ ବାଇକରେ ଘରକୁ ଫେରୁଥିବା ବେଳେ ଛପୋଲିଆ ନିକଟରେ ଏକ ଅଜଣା ଗାଡି ତାଙ୍କ ବାଇକ ପଛରୁ ଧକା ଦେଇଥିଲା।

ଫଳରେ ଏଥିରେ ବନରାଣୀଙ୍କ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା ବେଳେ ପପୁ ଏବଂ କୁନି ପିଲା ମଧ୍ୟ ଗୁରୁତ୍ତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେହିପରି ମଧ୍ୟାହ୍ନରେ ସେହି ସ୍ଥାନରେ ଏକ ଅଜଣା ଗାଡି ଧକାରେ ଜଣେ ଗୁରୁତ୍ତର ଆହତ ହୋଇ ସୋର ରୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି।

ତେବେ ଜାତୀୟ ରାଜପଥ ନିର୍ମାଣ କରୁଥିବା ବ୍ରିଜ ଗୋପାଲ କମ୍ପାନୀର ତ୍ରୁଟି ପୂର୍ଣ୍ଣ ନିର୍ମାଣ କାମ ପାଇଁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଉଭୟ ଦିଗରେ ଶତାଧିକ ଗାଡି ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।

Leave A Reply

Your email address will not be published.