ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା ୫ଟି ଚାର୍ଟର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ସରକାରୀ ବାବୁଙ୍କ ଉପରୁ ହଟିଲା ୫ଟି। ସରକାରୀ କର୍ମଚାରୀଙ୍କ ଉପରୁ ହଟିଲା ୫ଟି ଚାର୍ଟର। ଏଥିସହ ହଟିଲା ମୋ ସରକାର। କ, ଖ, ଗ ବର୍ଗର କର୍ମଚାରୀଙ୍କ ଉପରୁ ହଟିଲା ୫ଟି। ୫ଟି ଚାର୍ଟର ହଟାଇଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଏନେଇ ଆଜି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ,ପ୍ରମୁଖ ଶାସନ ସଚିବ,କମିଶନର ତଥା ଶାସନ ସଚିବ, ସମସ୍ତ ବିଭାଗଗୀୟ ମୁଖ୍ୟ ଦଫ୍ତର,ସମସ୍ତ ରାଜସ୍ୱ ଡିଭିଜନାଲ ଆୟୁକ୍ତ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି | ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ସରକାର ହୃଦୟଙ୍ଗମ କରିଛନ୍ତି ଯେ ବର୍ତ୍ତମାନ ପରିପ୍ରେକ୍ଷୀରେ ‘୫ଟି ଚାର୍ଟର’ ଏବଂ ‘ମୋ ସରକାର’ର ମୂଲ୍ୟାଙ୍କନର କୌଣସି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ନାହିଁ।

ତେଣୁ ଉକ୍ତ ଉପାଦାନଗୁଡ଼ିକୁ ରାଜ୍ୟର ସମସ୍ତ ବର୍ଗର (କ,ଖ ଏବଂ ଗ) କର୍ମଚାରୀଙ୍କ ପାଇଁ ଏବେ ପ୍ରଚଳିତ ଥିବା ପିଏଆର/ସିସିଆର ଫର୍ମାଟରୁ ପ୍ରତ୍ୟାହାର କରି ୨୦୧୯-୨୦ ପୂର୍ବରୁ ପ୍ରଚଳିତ ପିଏଆର/ସିସିଆର ଫର୍ମାଟକୁ ୨୦୨୪-୨୫ ଠାରୁ ପୁନଶ୍ଚ ପ୍ରଚଳନ କରିବାକୁ ସରକାର ନୀତିଗତ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Comments are closed.