ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଠାକୁରମୁଣ୍ଡା ବଜାର ଦାସ ସାହିର ଜଣେ ଯୁବକଙ୍କୁ ତରାମରା ଗ୍ରାମରେ ଗତ ଶନିବାର ପ୍ରବଳ ମାଡ଼ ପରେ ଯୁବକଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଜଣକୁ ଆଣି ଥାନାରେ ଅଟକ ରଖୁଛି । ତେବେ ଘଟଣାରୁ ପ୍ରକାଶଯେ, ଠାକୁରମୁଣ୍ଡା ଦାସ ସାହିର ଦୁର୍ଯ୍ୟୋଧନ ବାହୁବଳେନ୍ଦ୍ରଙ୍କ ପୁଅ ସନ୍ତୋଷ (୨୫) ଗତ ଶନିବାର ସନ୍ଧ୍ୟା ରେ ତାଙ୍କ ସାଙ୍ଗ ତରାମରା ଗ୍ରାମର ବୀରେନ୍ଦ୍ର ବେହେରାଙ୍କ ଘରକୁ ବୁଲି ବାକୁ ଯାଇଥିଲେ। ସାଙ୍ଗରେ ଯାଇ ଥିଲେ ତାଙ୍କ କକା ପୁଅ ଗୁରୁଚରଣ ବାହୁ ବଳେନ୍ଦ୍ର। ଉଭୟ ବୀରେନ୍ଦ୍ରଙ୍କ ପାଖରେ ପହଞ୍ଚିବା ପରେ ମିଳିମିଶି ପତ୍ରତୋଳା ସାହିକୁବାଇକ ଯୋଗେ ଯାଇଥିଲେ ।
ସେଠାରୁ ଫେରି ସେମାନେ ତରାମରା ଗ୍ରାମର ହୁଡ଼ି ସାହିକୁ ଯାଇ ସେଠାରୁ ଫେରି ରାତି ପ୍ରାୟ ୭ ଟା ପରେ ଗାଁ ଛକରୁ ଠାକୁରମୁଣ୍ଡାକୁ ଫେରିଯିବାକୁ ସେମାନଙ୍କୁ କହି ନିଜ ଘରକୁ ଫେରିଯାଇଥିଲା ବୀରେନ୍ଦ୍ର । ବୀରେନ୍ଦ୍ର ଯିବା ପରେ ସନ୍ତୋଷ ଏବଂ ସ୍ଥାନୀୟ ପିଲାମାନଙ୍କ ସହ କୌଣସି କାରଣ ରୁ ଗଣ୍ଡଗୋଳ ହୋଇଥିଲା । ଫଳରେ ସ୍ଥାନୀୟ ପିଲା ସନ୍ତୋଷକୁ ମାଡ଼ ଦେଇଥିବାର ଅଭିଯୋଗ ହୋଇଛି । ଗଣ୍ଡଗୋଳ ଖବର ପାଇ ପରିବାର ଲୋକେ ଅଟୋ ଯୋଗେ ତରାମରା ଯାଇ ଆହତ ଅବସ୍ଥାରେ ସନ୍ତୋଷ କୁ ଉଦ୍ଧାର କରି ଠାକୁରମୁଣ୍ଡ ମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତି ପ୍ରାୟ ୧୧ ଟା ବେଳେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ସ୍ଥିତି ଗୁରୁତର ଥିବାରୁ ରବିବାର ଦିନ ସନ୍ତୋଷକୁ କରଞ୍ଜିଆ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା | କରଞ୍ଜିଆ ପହଞ୍ଚିବା ପୁର୍ବରୁ ରାସ୍ତାରେ ସକାଳ ପ୍ରାୟ ୯ ଟା ସମୟରେ ସନ୍ତୋଷର ପ୍ରାଣବାୟୁ ଉଡି ଯାଇଥିଲା ।
କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପରେ ପରିବାର ପକ୍ଷରୁ ଠାକୁରମୁଣ୍ଡା ଥାନାରେ ରବିବାର ରାତିରେ ଏକ ଲିଖିତ ଅଭିଯୋଗ କରିଥିଲେ | ଶବକୁ କରଞ୍ଜିଆ ଠାରେ ବ୍ୟବଚ୍ଛେଦ ପରେ ସୋମବାର ଶବକୁ ଅଣା ଯାଇଥିଲା। ଶବ ଆଣିବା ପରେ ଠାକୁରମୁଣ୍ଡା ହନୁମାନ ଛକ ରେ ଶବ ଗାଡି କୁ ରଖି ସମସ୍ତ ଦୋଷୀଙ୍କୁ ଗିରଫ ଦାବିରେ ଗ୍ରାମବାସୀ ମାନେ ପ୍ରାୟ ୧ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ପୋଲିସ ଘଟଣା ସ୍ଥଳକୁ ଯାଇ ଅବରୋଧ ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପୋଲିସ ଏହି ଘଟଣା ରେ ସାନିଟିଫିକ ଟିମ ନେଇ ତଦନ୍ତ ଆରମ୍ଭ କରିଛି । ପୋଲିସ ସନ୍ତୋଷର ବନ୍ଧୁ ବୀରେନ୍ଦ୍ରକୁ ଅଟକ ରଖି ଆସାମୀଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖୁଛି । ଖୁବ ଶୀଘ୍ର ଆସାମୀ ଧରାପଡ଼ିବେ ବୋଲି ପୋଲିସ କହିଛି ।