ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାଲେଶ୍ଵର ଟାଉନ ଥାନା ପୁଲିସ୍ କୁ ବଡ ସଫଳତା । ଏକ ଡକାୟତ ଗ୍ୟଙ୍ଗ କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୫ ଲକ୍ଷ ୨୨ ହଜାର ଟଙ୍କା ଜବତ ସହ ୫ ଅଭିଯୁକ୍ତ ଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ୍ । ଏହାସହ ସେମାନଙ୍କ ନିକଟରୁ ୨ ଟି ଖଣ୍ଡା ସହ ୫ ମୋବାଇଲ ଓ ୪ ଟି ମୋଟର ସାଇକେଲ ମଧ୍ୟ ଜବତ କରିଛି ପୁଲିସ୍ । ଆଜି ବାଲେଶ୍ଵର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
ଗତ ୧୫ ତାରିଖ ରେ ବାଲେଶ୍ଵର ସହର ବଟେଶ୍ଵର ଅଞ୍ଚଳରେ ଏକ ବଡ ଧରଣର ଡ଼କାୟତି ହୋଇଥିଲା । ଜାନା ସେଲସ ଏଜେନ୍ସି ର ମାଲିକ ବଲାଇ କୁମାର ଜାନା ଦୋକାନ ବନ୍ଦ କରି ନିଜ ଗୋଦାମ କୁ ଆସିଥିବା ବେଳେ ବାଟରେ ୬ ଜଣ ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଭାବରେ ମାରଣାସ୍ତ୍ର ଦେଖାଇ ଭୟବୀତ କରି ତାଙ୍କ ଠାରୁ ପ୍ରାୟ ୮ ଲକ୍ଷ୍ୟ ଟଙ୍କା ଲୁଟ କରିଥିଲେ । ଘଟଣାସ୍ଥଳ ରେ ୬ ଜଣ ଅଭିଯୁକ୍ତ ଥିବା ବେଳେ ବାଲେଶ୍ଵର ଟାଉନ୍ ଥାନା ପୁଲିସ୍ ୫ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ଜଣେ ଏଯାଏଁ ଫେରାର ରହିଛି । ତେବେ ଘଟଣାରେ ସଂପୃକ୍ତ ଡ଼କାୟତ ମାନେ ବହୁ ଅପରାଧିକ ମାମଲା ସଂପୃକ୍ତ ରହିଥିବା ବେଳେ ପୁଲିସ୍ ତଦନ୍ତ ଜାରି ରଖିଛି ।