ଚଣ୍ଡିଖୋଲରେ ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ୫୧ ତମ ବାର୍ଷିକ ସମ୍ମିଳନୀ, ଉଦ୍‌ଘାଟନ କଲେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଜୟ କୁମାର ନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରେ ଅଲ ଓଡ଼ିଶା ଲୟର୍ସ ଆସୋସିଏସନର ୫୧ ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଂଘ ସଭାପତି ଗୋପାଳକୃଷ୍ଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଜୟ କୁମାର ନାୟକ ଉଦ୍‌ଘାଟନ କରିଥିଲେ । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନ ମୋହନ ଦାସ, ବରିଷ୍ଠ ଆଇନଜୀବୀ ମାନସ ରଞ୍ଜନ ମହାପାତ୍ର, ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ସଭାପତି କାଳିପ୍ରସନ୍ନ ମିଶ୍ର, ମନୋରଞ୍ଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରତିବର୍ଷ ଦୁଇ ଦିନ ଧରି ଏହି ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ଥର ଗୋଟିଏ ଦିନ ଏହାକୁ ପାଳନ କରାଯାଉଛି । ଏହି ସମ୍ମିଳନୀରେ ଆଇନଜୀବୀଙ୍କ ଏକତା, ସୁରକ୍ଷା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା । ପଶ୍ଚିମ ଓଡ଼ିଶାରେ ଆଇନଜୀବୀଙ୍କୁ ନେଇ ଘଟିଥିବା ଅପ୍ରିତିକର ପରିସ୍ଥିତିର ଯେଭଳି ପୁନରାବୃତି ନହେବ ଏବଂ ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ଏହାର କିପରି ସମାଧାନ କରାଯିବ ସେନେଇ ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟର କୋଣ ଅନୁକୋଣରୁ ବହୁ ଆଇନଜୀବୀ ଯୋଗ ଦେଇଥିଲେ ।

 

Leave A Reply

Your email address will not be published.