ଜିରାଙ୍ଗରେ 5ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜିରାଙ୍ଗରେ 5ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ଗଜପତି ଜିଲ୍ଲା ଜିରାଙ୍ଗ ବୌଦ୍ଧ ମନ୍ଦିର ପରିଦର୍ଶନ କଲେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ପୂର୍ବାହ୍ନ ୧୧ ଟାରେ ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ଆସି ଜିରାଙ୍ଗ ମନ୍ଦିର ପରିସରରେ ଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ଅବତରଣ କରିଥିଲେ l

ଏହାପରେ ବୌଦ୍ଧ ମନ୍ଦିରରେ ଚାଲିଥିବା ତିବ୍ଦତୀୟଙ୍କ ଏକ ସ୍ୱତନ୍ତ୍ର ପୂଜାରେ ଯୋଗଦେଇଥିଲେ l ମନୁଷ୍ୟ ଜୀବନର ଦୀର୍ଘାୟୁ କାମନା କରି ତିବ୍ଦତୀୟମାନେ ଗତ ୮ ଦିନ ହେଲା ଏକ ସ୍ୱତନ୍ତ୍ର ପୂଜା କରିଥିଲେ l ଗୁରୁବାର ଏହି ପୂଜାର ଶେଷ ଦିନ ଥିବାବେଳେ ଅତିଥି ଭାବେ ଯୋଗ ଦେଇଥିଲେ 5-T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ l ତିବ୍ଦତୀୟ ବୌଦ୍ଧ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ପୂର୍ବରୁ ୨ କୋଟି ୮୯ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ l ଭି.କେ. ପାଣ୍ଡିଆନଙ୍କ ଗସ୍ତକୁ ନେଇ ତିବ୍ଦତୀୟଙ୍କ ମଧ୍ୟରେ ଉତ୍ସାହ ରହିଥିଲା l ରାଜ୍ୟ ସରକାର ତିବତୀୟଙ୍କ ପାଇଁ ଅନେକ ଅନୁଦାନ ପ୍ରଦାନ କରିବା ସହ ରାସନ କାର୍ଡ, ଭୋଟର କାର୍ଡ, ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରିଥିଲେ l

ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5-T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ ଜିରାଙ୍ଗ ବୌଦ୍ଧ ମନ୍ଦିର ଗୁରୁଜୀ ।ଏହି ସ୍ୱତନ୍ତ୍ର ପୂଜାରେ ଦେଶ ବିଦେଶର ବହୁ ବୌଦ୍ଧ ଧର୍ମାବଲମ୍ବୀ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ଆମେରିକାରୁ ୨ ଜଣ, ରୁଷିଆରୁ ୧୪ ଜଣ, ଫ୍ରାନ୍ସରୁ ଜଣେ ଓ ସ୍ୱିଜରଲାଣ୍ଡରୁ ୨ ଜଣ ବୌଦ୍ଧ ଧର୍ମାବଲମ୍ବୀ ଯୋଗଦେଇଥିବା ବେଳେ ନେପାଳ, ଭୁଟାନ, ତିବ୍ଦତ ଆଦି ବିଭିନ୍ନ ଦେଶରୁ ମଧ୍ୟ ଏହି ପୂଜାରେ ଯୋଗଦେଇଥିଲେ । ଏହି ପୂଜାରେ ଯୋଗଦେଇ ଖୁସି ଅନୁଭବ କରିଥିବା କହିଥିଲେ ବିଦେଶରୁ ଆସିଥିବା ବୌଦ୍ଧ ଧର୍ମାବଲମ୍ବୀ l ସେହିପରି 5-T ଅଧ୍ୟକ୍ଷ ଏହି ପୂଜାରେ ଯୋଗଦେଇଥିବା ଯୋଗୁଁ ଖୁସି ବ୍ୟକ୍ତ କରିଥିଲେ ସ୍ଥାନୀୟ ତିବ୍ଦତୀୟ l

Leave A Reply

Your email address will not be published.