ଥାଇଲାଣ୍ଡରେ ଫସିଛନ୍ତି ୭ ଓଡ଼ିଆ ଶ୍ରମିକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ୭ଜଣ ଓଡ଼ିଆ ଶ୍ରମିକ। ଫେରିବାକୁ ଛଟପଟ ହେଉଥିବା ବେଳେ ପାଉ ନାହାନ୍ତି ବାଟ। ନା ପାଖରେ ଟଙ୍କା ଅଛି ନା ଅଛି ଭିସା। ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆକୁଳ ନିବେଦନ କରିଛନ୍ତି। ଏହି ଶ୍ରମିକମାନେ ରାଜକନିକା ଓ ରାଜନଗର ଅଞ୍ଚଳର ହୋଇଥିବା ଜଣାଯାଇଛି |

ସୂଚନ ମୁତାବକ,  ୬ ମାସ ତଳେ ଥାଇଲାଣ୍ଡ ଯାଇ ପ୍ଲାଏବୋର୍ଡ କମ୍ପାନୀରେ କାମ କରୁଥିଲେ। ତେବେ ଦଲାଲ ଜରିଆରେ ଟୁରିଷ୍ଟ ଭିସାରେ ଥାଇଲାଣ୍ଡ ଯାଇଥିଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ରାଜକନିକାରୁ ୭ ଜଣ ଶ୍ରମିକ ଥାଇଲାଣ୍ଡ ଯାଇଥିବା ବେଳେ ସେଠାରେ ମିଳୁଛି ଅକଥନିୟ ନିର୍ଯାତନା। ଭିସା ସରି ଯାଥିବାରୁ ଗିରଫ କରିବାକୁ ପୋଲିସ ଖୋଜୁଛି । ଆଉ ପୋଲିସଠାରୁ ବଞ୍ଚିବାକୁ ଜଙ୍ଗଲରେ ଲୁଚୁଛନ୍ତି ୭ ଜଣ ଓଡ଼ିଆ ଶ୍ରମିକ। ଭିସା ବଢ଼ାଇବା କଥା କହିଲେ କିମ୍ବା ଟଙ୍କା ମାଗିଲେ ପୋଲିସ ଲଗାଇ ଗିରଫ କରିବାକୁ ଧମକ ଦେଉଛି କମ୍ପାନୀ ମଲିକ ।

ତେଣୁ ଭିଡିଓ କରି ସହାୟତା ପାଇଁ ପରିବାର ଲୋକଙ୍କୁ ଶ୍ରମିକମାନେ ନିବେଦନ କରିଛନ୍ତି।  ସୋସିଆଲ ମେଡିଆ ମାଧ୍ୟମରେ ଭିଡ଼ିଓ ଜାରି କରି ରାଜ୍ୟ ସରକାର ଓ  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଛନ୍ତି ସମସ୍ତେ।  ଏନେଇ ପରିବାର ପକ୍ଷରୁ ରାଜକନିକା ଥାନାରେ ଏତଲା ଦିଆଯାଇଛି। ତୁରନ୍ତ ସହାୟତା ଯୋଗଇଦେବା ସହ ସମସ୍ତଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଦାଦନଙ୍କ ପରିବାର ଲୋକେ ।

Leave A Reply

Your email address will not be published.