ଓଡ଼ଆ ଅସ୍ମିତା ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନଙ୍କ କକ୍ଷତ୍ୟାଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରମ୍ଭ ହେଲା ସପ୍ତଦଶ ବିଧାନସଭ। ଆରମ୍ଭରେ ଶାସକ ବିଜେପି ସଭ୍ୟମାନେ ଜୟ ଶ୍ରୀରାମ ଏବଂ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଜୟ ଜଗନ୍ନାଥ ନାରା ଦେଇଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ରଘୁବର ଦାସ  ଅଭିଭାଷଣ ରଖିଛନ୍ତି।   ରାଜ୍ୟପାଳ କହିଛନ୍ତି ‘ମୋ ସରକାର ନିରପକ୍ଷତା ସହ କାମ କରିବ ।

ଯୁବକଙ୍କୁ ରୋଜଗାର ମୋ ସରକାରର ପ୍ରାଥମିକତା । ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ତାହା ପୂରଣ କରାଯିବ । ସରକାର ଗଠନ ହେବା ମାତ୍ରେ କିଛି ପ୍ରତିଶ୍ରୁତି ପୂରଣ ହୋଇଛି । ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ ।  ଆରମ୍ଭରେ ଶାସକ ବିଜେପି ସଭ୍ୟମାନେ ଜୟ ଶ୍ରୀରାମ ଏବଂ କଂଗ୍ରେସ ଓ ବିଜେଡି ସଦସ୍ୟମାନେ ଜୟ ଜଗନ୍ନାଥ ନାରା ଦେଇଥିଲେ। ଜାତୀୟ ସଙ୍ଗୀତ ଗାନ ପରେ ରାଜ୍ୟପାଳ ରଘୁବର ଦାସ  ଅଭିଭାଷଣ ରଖିଛନ୍ତି। ଜୟ ଜଗନ୍ନାଥ କହି ରାଜ୍ୟପାଳ ଅଭିଭାଷଣ ଆରମ୍ଭ କରିଥିଲେ। ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି।

ଓଡ଼ଆ ଅସ୍ମିତା ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ଜଗନ୍ନାଥ ସଂସ୍କୃତି, ଓଡ଼ିଆ ଅସ୍ମିତା ପାଇଁ କାମ କରିବୁ । କୃଷକଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବ । କୃଷକଙ୍କୁ ସଶକ୍ତ କରିବା ପାଇଁ ପିଏମ୍‍ କିଷାନ ଲାଗୁ କରିବୁ । ମତ୍ସ୍ୟଚାଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମୋ ସରକାର ଏକ ବିକଶିତ ଓଡ଼ିଶା ଗଠନ କରିବାକୁ ଚାହୁଁଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ପୂରଣ କରିବା ଆମ ଲକ୍ଷ୍ୟ । କୃଷକ, ଶ୍ରମିକ, ଜନଜାତି, ଯୁବଶକ୍ତି, ଅନ୍ନ-ଦାତାଙ୍କ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.