କଂଗ୍ରେସ ବିଧାୟକ ଦଳ ବୈଠକ ଥିଲା ବୋଲି ଜାଣିନଥିଲି-ତାରା ବହିନୀପତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ବିଧାନସଭାର ୫୪ ନଂ କକ୍ଷରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ହେଲେ ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ ରମେଶ ଜେନା ଯୋଗ ଦେଇନଥିଲେ । ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ତାରା କହିଛନ୍ତି ଯେ, ବୈଠକ ଥିଲା ବୋଲି ମୁଁ ଜାଣିନଥିଲି, ତେଣୁ ଅନୁପସ୍ଥିତ ରହିଥିଲି ।

ଓଲଟା ଆଉ କିଏ ଆସିନଥିଲା ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ପଚାରିଥିଲେ ତାରା । କଂଗ୍ରେସ ବିଧାୟକ ଦଳ ବୈଠକକୁ ନ ଆସିବା ନେଇ ତାରାଙ୍କ କହିଛନ୍ତି, ବିଧାୟକ ଦଳ ବୈଠକକୁ ମୋତେ ଡକାଯାଇ ନ ଥିଲା । ବୈଠକ ବସୁଛି ବୋଲି ମୁଁ ଜାଣିନି । ଏହା ସହିତ ମୁଁ ଏକା ଆସି ନ ଥିଲି ନା ଆଉ କିଏ ଆସି ନ ଥିଲେ ବୋଲି ସଲଟା ପଚାରିଥିଲେ ତାରା । ତେବେ ସମସ୍ତ କଳ୍ପନା ଜଳ୍ପନା ପରେ ଗତକାଲି ଓଡିଶା ପିସିସି ଭାଙ୍ଗିଛି । ଏହା ସହିତ ସମସ୍ତ ପଦଧିକାରୀ ସଦସ୍ୟଙ୍କୁ ହଟାଯାଇଛି ।

ଏହା ସହିତ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମ, ଅଶୋକ ଦାସ ବିଧାୟକ ଦଳର ଉପନେତା, ସିଏସ୍‌ ରାଜନ ଏକ୍କା କଂଗ୍ରେସ ମୁଖ୍ୟ ସଚେତକ ଭାବେ ବଛାଯାଇଛନ୍ତି । ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛି ଆଇସିସି । ଏପଟେ ବିଧାୟକ ଦଳ ନେତା ଭାବେ ତାରାଙ୍କ ନାଁ ଚର୍ଚ୍ଚାର ଶିରୋନାମା ପାଲଟିଥିବା ବେଳେ ତାଙ୍କୁ ଏନେଇ ଚୟନ କରିନଥିଲା ଦଳ । ଆଉ ଆଜି ତାରାଙ୍କ ଅଭିଯୋଗକୁ ଦେଖିଲେ ଲାଗୁଛି, ତାରାଙ୍କୁ ଦୂରେଇ ଦେବାକୁ ଚାହୁଁଛି କି ଦଳ?

Leave A Reply

Your email address will not be published.