ଲକ୍ ଡାଉନରେ 7ଟି ନିୟମ ପାଳନ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ

0

ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ ଡାଉନ୍ ଅବଧିକୁ ବଢାଇଛନ୍ତି l ଲକ୍ ଡାଉନ୍ ଅବଧିକୁ ମେ 3 ତାରିଖ ପର୍ଯ୍ୟନ୍ତ ବଢାଇଛନ୍ତି l ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କରୋନା ବିରୋଧି ଲଢେଇ ପାଇଁ 7 ଟି ମନ୍ତ୍ର ଦେଇଛନ୍ତି l ଏହି ମନ୍ତ୍ର ଗୁଡିକୁ କାର୍ଯ୍ୟକାରୀ କଲେ ଆମେ କରୋନା ଠାରୁ ଜିତିପାରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି l
1- ଘରେ ରହୁଥିବା ବୟସ୍କ, ବୃଦ୍ଧ ବ୍ୟକ୍ତି ମାନଙ୍କର ଯତ୍ନ ନିଅନ୍ତୁ l ଯେଉଁ ମାନଙ୍କର ପୁରୁଣା ରୋଗ ରହିଛି ସେମାନଙ୍କୁ ଯତ୍ନ ରେ ରଖନ୍ତୁ l
2- ଲକ୍ ଡାଉନ୍ ନିୟମ ଓ ସାମାଜିକ ଦୂରତ୍ୱ ମାନନ୍ତୁ l ତା ସହିତ ମାକ୍ସ କିମ୍ବା ହାତ ତିଆରି ମୁଖା ବରଣ ପରିଧାନ କରନ୍ତୁ l
3- ଗରମ ପାଣି କିମ୍ବା କଢ଼ା ପିଅନ୍ତୁ l ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଆୟୁଷ ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ମାର୍ଗଦର୍ଶକl ଅନୁସରଣ କରନ୍ତୁ l
4- ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରନ୍ତୁ ଏବଂ ଅନ୍ୟ ମାନଙ୍କୁ ଡାଉନଲୋଡ୍ କରିବାକୁ କୁହନ୍ତୁ l
5- ଗରିବ ପରିବାର ଓ ଗରିବ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରନ୍ତୁ ଏବଂ ସେମାନଙ୍କର ଖାଦ୍ୟପେୟ କଥା ବୁଝନ୍ତୁ l
6- ଆପଣଙ୍କ ଉଦ୍ୟୋଗ ଏବଂ ବ୍ୟବସାୟରେ କାମ କରୁଥିବା ବ୍ୟକ୍ତି ମାନଙ୍କ ପ୍ରତି ସମ୍ବୋଦନଶୀଳ ହୁଅନ୍ତୁ l
7- କରୋନା ଯୋଦ୍ଧା ଯଥା ଡାକ୍ତର୍, ନର୍ସ, ସଫlଇ କର୍ମଚାରୀ, ପୋଲିସ ଏବଂ କରୋନା ଭାଇରସ୍ ବିରୋଧରେ ସଂଗ୍ରାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଆଦର ସମ୍ମାନ କରନ୍ତୁ l

Leave A Reply

Your email address will not be published.