ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୟାବହକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ଅବଧି କୁ ଆହୁରି 19 ଦିନ ପାଇଁ ବୃଦ୍ଧି କରିଛନ୍ତି l ଅର୍ଥାତ୍ ଆସନ୍ତା ମେ 3 ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଅବଧି କୁ ବୃଦ୍ଧି କରିଛନ୍ତି l ଏହାକୁ ଦୃଷ୍ଟି ରେ ରଖି ଭାରତୀୟ ରେଳବାଇ ଯାତ୍ରୀବାହୀ ରେଳ ସେବା କୁ ମଧ୍ୟ ଆସନ୍ତା ମାସ ମେ 3 ତାରିଖ ପର୍ଯ୍ୟନ୍ତ ବାତିଲ କରିଛନ୍ତି l ପୂର୍ବରୁ ଭାରତୀୟ ରେଳ ବିଭାଗ ପକ୍ଷରୁ ଏପ୍ରିଲ 14 ପର୍ଯ୍ୟନ୍ତ ଦେଶରେ ସମସ୍ତ ପ୍ରକାରର ଯାତ୍ରୀବାହୀ ଟ୍ରେନ ସେବା ବାତିଲ୍ ହୋଇଥିଲା l
ଏନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି l ଯେଉଁ ବିଜ୍ଞପ୍ତି ରେ ମେ 3 ପର୍ଯ୍ୟନ୍ତ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା କୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି l ଏହି ସଂକ୍ରାନ୍ତରେ ଟୁଇଟ କରି ରେଳ ମନ୍ତ୍ରାଳୟ କହିଛି ଯେ ପ୍ରିମିୟମ ଟ୍ରେନ୍, ଏକ୍ସପ୍ରେସ ଟ୍ରେନ୍, ପ୍ୟାସେଞ୍ଜର ଟ୍ରେନ୍, ଅର୍ବାନ ଟ୍ରେନ୍, କୋଲକାତା ମେଟ୍ରୋ, କୋଙ୍କଣ ରେଲୱେ ଇତ୍ୟାଦି ସହ ଭାରତୀୟ ରେଳବାଇ ର ସମସ୍ତ ଟ୍ରେନ ସେବା ମେ 3 ପର୍ଯ୍ୟନ୍ତ ବନ୍ଦ ରହିବ l