ଓଡିଶା ଗସ୍ତରେ ୭ କେନ୍ଦ୍ରମନ୍ତ୍ରୀ: ଜିଲ୍ଲାରେ ବିଜେପି ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହିତ କରିବେ ସାଂଗଠନିକ ଆଲୋଚନା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଶାସନ କ୍ଷମତାକୁ ଆସିବା ପରେ ଅନ୍ତ୍ୟୋଦୟକୁ ମୂଳମନ୍ତ୍ର କରି ଗରୀବକଲ୍ୟାଣ ଯୋଜାନାକୁ ପ୍ରାଧାନ୍ୟ ଦେବା ସହିତ ଏହି ସମସ୍ତ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ନିରନ୍ତର ପ୍ରୟାସ ଜାରୀ ରଖିଛନ୍ତି । “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ” ଆଧାରରେ ଏହି ସମସ୍ତ ଯୋଜନାର ସଫଳତା ଏବଂ ରାଜ୍ୟଗୁଡିକରେ ଏହାର କାର୍ଯ୍ୟାନ୍ୱୟନକୁ ଗୁରୁତ୍ୱ ଦେଉଛନ୍ତି ମୋଦି ସରକାର । ଓଡିଶାରେ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ସଂପର୍କରେ ବିସ୍ତୃତ ଅବଗତ ହେବା ପାଇଁ କେନ୍ଦ୍ରମନ୍ତ୍ରୀମାନେ ଓଡିଶା ଗସ୍ତ କରୁଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ, ହିତାଧିକାରୀ ତାଲିକା, ବଂଚିତ ହିତାଧିକାରୀଙ୍କ ସଂପର୍କରେ ଅବଗତ ହେବା ସହିତ ଆଗାମୀ ଦିନରେ ଉକ୍ତ ଯୋଜାନକୁ ତୃଣମୁଳ ସ୍ତରରେ ପହଂଚାଇବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ ।

ଏହି ଅବସରରେ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର, ଶ୍ରୀ ଅର୍ଜୁନ ମୁଣ୍ଡା ଯାଜପୁର, ଶ୍ରୀ ନିତ୍ୟାନନ୍ଦ ରାୟ କଟକ, ଶ୍ରୀ ଅଶ୍ୱନୀ ଚୈାବେ ଭୁବନେଶ୍ୱର, ଶ୍ରୀ ବିଶେଶ୍ୱର ଟୁଡୁ ମୟୁରଭଂଜ ଏବଂ ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଭୁବନେଶ୍ୱର, ଶ୍ରୀ ନିଶିଥ୍ ପରମାଣିକ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଲାର ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାଙ୍କ ସହିତ ଦଳୀୟ ସଂଗଠନ ସଂପର୍କରେ ମଧ୍ୟ ଆଲୋଚନା କରିବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍ ଦାସ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.